Indus Valley Times

୪୦ ଟି ଖଣିର ହେବ ରିଟେଣ୍ଡର

 Breaking News

୪୦ ଟି ଖଣିର ହେବ ରିଟେଣ୍ଡର

December 04
14:07 2019

ଭୁବନେଶ୍ୱର,୪ ।୧୧: ୨୦୨୦ ସୁଦ୍ଧା ଲିଜ୍ ଅବଧି ସରୁଥିବା ୪୦ଟି ଖଣି ଗୁଡିକର ଲିଜ୍ ସମ୍ପ୍ରସାରଣ କରାଯିବ ନାହିଁ । ସେଗୁଡିକର ପୁଣି ଥରେ ଟେଣ୍ଡର କରିବାକୁ ସରକାର ନିଷ୍ପତି ନେଇଛନ୍ତି ।
ଏସମ୍ପର୍କରେ ସୂଚନା ଦେଇ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ମଙ୍ଗଳବାର ଦିନ କହିଛନ୍ତି ଯେ ରିଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଇତି ମଧ୍ୟରୁ ଗତ ଅକ୍ଟୋବର ୧୮ ତାରିଖରେ ୨୦ଟି ଖଣିର ଟେଣ୍ଡର କରାଯାଇଥିଲା । ଏଥିପାଇଁ ୧୭୭ ଜଣ ଆବେଦନ କରିଥିଲେ । ଟେକ୍ନିକାଲ ବିଡ୍ ପରେ କିଛି ଖଣି ଶିଳ୍ପ ସଂସ୍ଥା ମୂଳ କମ୍ପାନୀ ସହିତ ସହାୟକ କମ୍ପାନୀ ନାମରେ ଖଣି ନେବାକୁ ଆବେଦନ କରିଛନ୍ତି ।
ଖଣି ନିୟମର ବ୍ୟବସ୍ଥା ଅନୁଯାୟୀ ମୂଳ କମ୍ପାନୀ ଓ ସହାୟକ କମ୍ପାନୀ ମିଳିତ ଭାବେ ଆବେଦନ କରିପାରିବେ ନାହିଁ । ଏହି ଟେକ୍ନିକାଲ ଅସୁବିଧା ପାଇଁ ଟେଣ୍ଡର ବାତିଲ କରଯାଇଛି । ଡିସେମ୍ବର ୬ ରେ ସାନି ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୪ , ୧୪ ଓ ୧୮ ତାରିଖରେ ୪୦ ଟି ଖଣି ପାଇଁ ନିଲାମ ଡକାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30