Indus Valley Times

୪ ଦିନ ପ୍ରବଳ ବର୍ଷା: ୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

 Breaking News

୪ ଦିନ ପ୍ରବଳ ବର୍ଷା: ୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

୪ ଦିନ ପ୍ରବଳ ବର୍ଷା: ୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !
July 05
08:36 2022

ଭୁବନେଶ୍ୱର,୫/୭: ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । କନ୍ଧମାଳର ଜି.ଉଦୟଗିରିରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଛି । ବୌଦ୍ଧ, ଅନୁଗୁଳ, ବରଗଡ଼, କେନ୍ଦୁଝର, କନ୍ଧମାଳ, ସମ୍ବଲପୁର ଓ କୋରାପୁଟରେ ପ୍ରବଳ ବର୍ଷିଛି । ଆସନ୍ତା ୪ ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୮ରେ ନୂଆପଡ଼ା, ନବରଙ୍ଗପୁର, କୋରାପୁଟକଳାହାଣ୍ଡି ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । ବୌଦ୍ଧର ହରଭଙ୍ଗାରେ ୧୧୦ ମିଲିମିଟର, ଆଠମଲ୍ଲିକ, ବରଗଡ଼ ଆମ୍ବଭୋନାରେ ୧୧୦ମିମି, କେନ୍ଦୁଝରର ତେଲକୋଇରେ ୯୦ ମିମି, କନ୍ଧମାଳର କଳିଙ୍ଗାରେ ୮୦ମିମି, ରେଢାଖୋଲରେ ୭୦, କୋଟପାଡ଼, ବାଂଶପାଳ, ପୁରୁଷୋତ୍ତମପୁର ଓ କେ ନୂଆଗାଁରେ ୭୦ ମିମି ବର୍ଷା ହୋଇଛି । ଝାରସୁଗୁଡ଼ାର ଲାଇକେରା, ଗଞ୍ଜାମର ବେଲଗୁଣ୍ଠା, କନ୍ଧମାଳର ରାଇକିଆ, କେନ୍ଦୁଝର, ପାଲଲହଡା ଓ ଅତାବିରାରେ ୫୦ ମିମି ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଠାରେ ୪୭ ମିମି ବର୍ଷା ରେକର୍ଡ ହୋଇଛି । ମାଲକାନଗିରିରେ ୨୫.୪ ଓ କେନ୍ଦ୍ରାପଡ଼ାରେ ୩୦ମିମି ବର୍ଷା ହୋଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ । ଏହା ଚାଷ କାମକୁ ସୁହାଇବ । ଖରିଫ୍ ଚାଷ ପାଇଁ ଏହା ବେଶ୍ ଅନୁକୂଳ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୦% ଥିଲା । ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆ ବର୍ଷାରେ ୧୧% ଭରଣା ହୋଇଛି । ୧ରୁ ୪ ଜୁଲାଇ ଭିତରେ ରାଜ୍ୟରେ ସ୍ୱାଭାବିକ ଭାବେ ୨୫୬ ମିମି ବର୍ଷା ହେବା କଥା । କିନ୍ତୁ ୧୮୧ ମିମି ବର୍ଷା ହୋଇଛି । ୨୯% କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031