Indus Valley Times

୪ ବାଘଛାଲ ଜବତ,୩ ଶିକାରୀ ଗିରଫ

 Breaking News

୪ ବାଘଛାଲ ଜବତ,୩ ଶିକାରୀ ଗିରଫ

୪ ବାଘଛାଲ ଜବତ,୩ ଶିକାରୀ ଗିରଫ
July 23
17:49 2023

ବାରିପଦା,୨୩/୭: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି । ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା । ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ ଜିଲ୍ଲା ବହଳଦା ଗାଁରେ ଚଢ଼ାଉ କରିଥିଲେ । ବାରିପଦା ବନ ବିଭାଗ, ଶିମିଳିପାଳ ବନ ବିଭଗ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଥିଲା ।
ତେବେ ଏହି ଅଭିଯୁକ୍ତମାନେ କାହାକୁ ଏହା ବିକ୍ରି କରିଥାନ୍ତେ ଓ ଏହା ପଛରେ କୌଣସି ରାକେଟ କାମ କରୁଛି କି ସେ ନେଇ ତଦନ୍ତ ଚାଲିଛି ।
ଉଲ୍ଲେଖ ଥାଉ କି ଗତକାଲି ଏସଟିଏଫ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ଚଢ଼ାଉ କରାଯାଇ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ କରାଯାଇଥିଲା । କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ଏସଟିଏଫ ମାଡ଼ିବସିଥିଲା । କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031