Indus Valley Times

୫ଟି ସଚିବଙ୍କ ଦିନିକିଆ ବୌଦ୍ଧଜିଲ୍ଳା ଗସ୍ତ, ଲୋକଙ୍କ ଅଭିଯୋଗ ଶୁଣିଲେ ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ

 Breaking News

୫ଟି ସଚିବଙ୍କ ଦିନିକିଆ ବୌଦ୍ଧଜିଲ୍ଳା ଗସ୍ତ, ଲୋକଙ୍କ ଅଭିଯୋଗ ଶୁଣିଲେ ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ

୫ଟି ସଚିବଙ୍କ ଦିନିକିଆ ବୌଦ୍ଧଜିଲ୍ଳା ଗସ୍ତ, ଲୋକଙ୍କ ଅଭିଯୋଗ ଶୁଣିଲେ ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ
July 06
20:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ତାଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ର ସଚିବ ତଥା ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିସହିତ ଲୋକଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ।
ବୁଧବାର ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ସର୍କିଟହାଉସଠାରୁ ବାହାରି ହେଲିକେପଟର ଯୋଗେ ବୌଦ୍ଧଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆମ୍ବଗାଁ ଜନତା ଉଚ୍ଚବିଦ୍ୟାଳୟ ପଡିଆଠାରେ ଅବତରଣ କରି ଆୟୋଜିତ ସଭାରେ ଯୋଗଦେଇ ତିନି ବ୍ଳକର ମେଗା ପାଇପ ୱାଟର ସପ୍ଲାଇ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସାଧାରଣଲୋକଙ୍କ ଅଭିଯୋଗ ଶୁଣିବା ସହିତ ତତ୍କାଳ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୫ଟି ଉଚ୍ଚ ବିଦ୍ୟାଳୟ ଆମ୍ବଗାଁ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ସେଠାରୁ ଶ୍ରୀ ପାଣ୍ଡିଆନ ହେଲିକେପଟର ଯୋଗେ ଆସି ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ଓହ୍ଲାଇ ସେଠାରେ ମିଶନ ଶକ୍ତି,ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ । ବିଜୁ ଆଦର୍ଶ କୃଷକ ବଜାରଠାରେ ମିଶନ ଶକ୍ତି କାଫେଠାରେ ପହଞ୍ଚି ସ୍ୱୟଂସହାୟକ ଗୋଷ୍ଠୀ ସହିତ ସେମାନଙ୍କ ଜୀବନ ଜିବିକା ନେଇ ଆଲୋଚନା କରିଥିଲେ ।
ସେଠାରେ ଆୟୋଜିତ ବୁଣାକାର ସମ୍ମିଳନୀରେ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପରେ ମର୍ଜାକୁଦ ସେତୁ ବୁଲି ଦେଖିଥିଲେ । ସେଠାରୁ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିବା ସହିତ ସେଠାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା,ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,କଳାକାର,ଚିତ୍ରଶିଳ୍ପୀ,ସାଂସ୍କୃତିକ ଅନୁଷ୍ଠାନ,ଗଣମାଧ୍ୟମ ସଂଗଠନ ସହିତ ସେମାନଙ୍କର ସମସ୍ୟା ଓ ଜିଲ୍ଲାର ବିକାଶ ନେଇ ବିଭିନ୍ନ ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପାଣ୍ଡିଆନ ସେଠାରୁ ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣାଧିନ ଆଳତୀଘାଟ ବୁଲି ଦେଖିବା ସହିତ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ । ପରେ ଶ୍ରୀପାଣ୍ଡିଆନ ସଡକପଥରେ ହରଭଙ୍ଗା ବ୍ଲକକୁ ଗସ୍ତ କରି ରାସ୍ତାରେ ବାମଣ୍ଡା ନିକଟସ୍ଥ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତୀମାନଙ୍କ ସହିତ ଆଲୋଚନା କରିଥିଲେ ।
ସେଠାରୁ ୫ ଟି ବିଦ୍ୟାଳୟ ବଡବନ୍ଧ କନ୍ୟାଶ୍ରମ ବୁଲିଦେଖିବା ସହିତ ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ପରେ ପୁରଣାକଟକର ଅଧିଷ୍ଠାତ୍ରୀ ଦେବୀ ଭୈରବୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବାପରେ ମନ୍ଦିର ଉନ୍ନୟନ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଥିଲେ । ସେଠାରୁ ଭୈରବୀ ମିନିଷ୍ଟାଡିୟମ ଠାରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ସିଧାସଳଖ ସାଧାରଣଲୋକଙ୍କ ଅଭିଯୋଗ ଶୁଣିବା ସହ ତହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ମହାନଦୀ ପଠାରୁ ମୃତ ଦେହ ଉଦ୍ଧାର:ପଥର ଛେଚି ଓ କାଚ ବୋତଲ ଦ୍ୱାରା ହତ୍ୟା
ବୌଦ୍ଧ,୬/୭: ବୌଦ୍ଧ ସହରର ସତସଙ୍ଗ ବିହାର ପଛପଟେ ମହାନଦୀ ପଠାରୁ ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର ହୋଇଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲା ସାନବଙ୍କାପଡା ଗ୍ରାମର ଖତୁ ବାଘ ( ୬୨) ଦୀର୍ଘ ୫/୬ ବର୍ଷ ଘରୁ ପଳାଇଆସି ବୌଦ୍ଧ ସହରରେ ବିଭିନ୍ନ ସ୍ଥାନରେ ବୁଲି ବୁଲି ବୋତଲ ସଂଗ୍ରହ କରି ଚଳିଆସୁଥିଲା । କିନ୍ତୁ ମଙ୍ଗଳବାର ସକାଳେ ଖତୁ ବାଘର ମୃତ ଦେହ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମହାନଦୀ ପଠାରେ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ ।
ମୃତ ଦେହ ପାଖରେ ଏକ ସାଇକେଲ ପଡିଥିବ ଦେଖିବାକୁ ମିଳିଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇ ବୌଦ୍ଧ ମେଡିକାଲକୁ ପଠାଇଥିଲା । ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଖତୁ ବାଘ ବୋତଲ ସଂଗ୍ରହ କରି ଚଳିଆସୁଥିଲା । ତାକୁ ପଥର ଛେଚି ଓ କାଚ ବୋତଲ ଦ୍ୱାରା ମାଡ ମାରି ହତ୍ୟା କରାଯାଇଥିବା ସୁଚନା ଦେଇଥିଲେ । ଏନେଇ ଏକ ମାମଲା ରୁଜୁ ହୋଇଛି , ତଦନ୍ତ ଚାଲିଛି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ ।
ବୌଦ୍ଧ :୫ଟି ସଚିବଙ୍କ ଗସ୍ତକୁ ବିରୋଧ
ବୌଦ୍ଧ,୬/୭: ୫ଟି ସଚିବଙ୍କ ଗସ୍ତକୁ ଜିଲ୍ଲାର ବିଭିନ୍ନ ବିରୋଧି ଦଳ ପକ୍ଷରୁ ବିରୋଧ କରାଯାଇଛି । ଜିଲ୍ଲାର କଂଟାମାଳ ବ୍ଲକ ଆମ୍ବଗାଁ ସମାବେଶରେ ଯୋଗଦେବାକୁ ସଚିବ ଯାଉଥିବାବେଳେ ବିଜେପି ପକ୍ଷରୁ କଳାପତାକା ଦେଖାଇ ବିରୋଧ କରାଯିବାସହ ନାରାବାଜି କରିଥିଲେ । ସେହିପରି ବୌଦ୍ଧ ମ୍ୟୁଜିୟମ ସମ୍ମୁଖରେ ସଚିବଙ୍କ ଗସ୍ତକୁ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାପତାକା ଦେଖାଇ ବିରୋଧ ନାରାବାଜି କରିବା ଯୋଗୁଁ ପୋଲିସ ପକ୍ଷରୁ କର୍ମିଙ୍କୁ ଗିରଫ କରାଯାଇଥିଲା । ସେହିପରି ଷ୍ଟାଡିୟମ ସାମନାରେ ସଚିବଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା ।
ବୌଦ୍ଧ : ସଚିବଙ୍କ ଗସ୍ତ ପୁର୍ବରୁ ସହରରେ ଅଣ୍ଡା ଦୋକାନ ବନ୍ଦ କରାଗଲା
ବୌଦ୍ଧ,୬/୭ : ୫ଟି ସଚିବ ବୌଦ୍ଧ ଗସ୍ତ ପୁର୍ବରୁ ବିରୋଧିଙ୍କ ଅଣ୍ଡାମାଡ ଘଟଣାକୁ ଦୃଷ୍ଟିରେ ରଖି ସହରରେ ସମସ୍ତ ଅଣ୍ଡା ଦୋକାନକୁ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିଲା ଫଳରେ ଦୋକାନିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ।
ବୌଦ୍ଧ : ମହିଳାଙ୍କୁ ବୁହାଗଲା କିନ୍ତୁ ଖାଦ୍ୟ ପାନିୟ ଦିଆଗଲା ନାହିଁ
ବୌଦ୍ଧ,୬/୭ : ସଚିବଙ୍କ ଗସ୍ତରେ ବୌଦ୍ଧ ଷ୍ଟାଡିୟମ ଠାରେ ମହିଳା ସମାବେଶ ରେ ଯୋଗଦେବା ପାଇଁ ବିଭିନ୍ନ ଗ୍ରାମରୁ ମହିଳା ମାନଙ୍କୁ ବୌଦ୍ଧ ବସରେ ବୁହାଯାଇଥିଲ।। ସେଥିପାଇଁ ଆଜି ବୌଦ୍ଧରୁ ସବୁ ରୁଟକୁ ଘରୋଇ ବସ୍ ଚଳାଚଳ ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
ତେବେ ହଜାର ହଜାର ମହିଳା ସମାବେଶରେ ଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟକ୍ରମ ପୁର୍ବରୁ କିମ୍ବା ପରେ ତାଙ୍କୁ ଖାଇବା ତ ଦୁରର କଥା ପାଣି ଟୋପାଏ ମଧ୍ୟ ଯୋଗାଇବା ବ୍ୟବସ୍ଥା ନଥିବାରୁ ମହିଳାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଯାଇଥିଲା ।
ସମାବେଶ ସଫଳ ପାଇଁ ଯୋଜନା ଅନେକ ଫଳ ଶୁନ
ଆଜିର ସମାବେଶକୁ ସଫଳ କରାଇବା ପାଇଁ ପ୍ରଶାସନ ଓ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଯୋଜନା ମୁତାବକ ଜନସମାବେଶ ପ୍ରସ୍ତୁତ କରାଯାଇଥିଲା ସିନା କିନ୍ତୁ ଦାବିପତ୍ର ଗ୍ରହଣ କରି ସବୁ ବର୍ଗର ସମାବେଶ ସ୍ୱଳ୍ପ ସମୟରେ ଶେଷ କରି ଚାଲି ଯାଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଏତେ ଅର୍ଥ ବ୍ୟୟକରି ଯୋଜନା ସିନା ଅନେକ କରାଯାଇଥିଲା କିନ୍ତୁ ଏହାର ଫଳ ଶୁନ ବୋଲି ବୁଦ୍ଧିଜୀବୀରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏମିତି ବେଳେ ବେଳେ ସଚିବ ଆସନ୍ତେ କି
୫ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହେବାପରେ ଜିଲ୍ଲାରେ ପ୍ରସାଶନ ଓ ଦଳିୟ କର୍ମିଙ୍କ ତତ୍ପରତା ଦେଖା ଯାଇଥିଲା । ସଚିବ ପରିଦର୍ଶନ ସ୍ଥାନ ଏକ ନୂତନ ରୂପ ନେଇଥିଲା । ସଫାସୁତରା ରାସ୍ତା ଘାଟ, ଡାକ୍ତର ଖାନା, ସ୍କୁଲ କଲେଜ ରଖାଯାଇଥିଲା । ସତେ ଯେମିତି ପ୍ରଧାନମନ୍ତ୍ରୀ ଗସ୍ତ କରୁଛନ୍ତି । ଜଣେ ସଚିବଙ୍କ ଗସ୍ତରେ ଏତେ ସାଜସଜା ଦେଖି ସଚିବ ଏମିତି ବେଳେ ବେଳେ ବୁଲି ଆସନ୍ତେ କି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031