Indus Valley Times

୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ୨ ଅଭିଯୁକ୍ତ ଗିରଫ

 Breaking News

୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ୨ ଅଭିଯୁକ୍ତ ଗିରଫ

July 11
18:48 2024

ଭଦ୍ରକ,୧୧/୭ : ଭଦ୍ରକ ଜିଲ୍ଲା ପୁରୁଣା ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଛି।
ଏହା ସହ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ସେକ୍ ରବାନି ଓ ସେକ୍ ଖାଲିକ୍।
ପୁରୁଣାବଜାରେ ନକଲି ଜର୍ଦ୍ଦା ତିଆରି କାରଖାନା ଥିବା ନେଇ ପୁଲିସ ଖବର ପାଇଥିଲା। ଗତକାଲି ରାତିରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ୩ଟି ସ୍ଥାନରେ ଚଢାଉ କରିଥିଲା ପୁଲିସ।
ସେଠାରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ଖୋଳ, ଲୋଗ, ଷ୍ଟିକର, ମେସିନ, କେମିକାଲ ଓ ଡ୍ରାଇର ମେସିନ ଜବତ ହୋଇଛି। ଏହା ସହିତ ଏକ କୁଇଣ୍ଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ ହୋଇଛି।
ଏହାର ଆନୁମାନିକ ମୂଲ୍ୟ ୪୫ଲକ୍ଷରୁ ୫୦ଲକ୍ଷ ହେବ ବୋଲି ପୁଲିସ କହିଛି। ଏହି ଘଟଣାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031