Indus Valley Times

୫୬ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ୍

 Breaking News

୫୬ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ୍

୫୬ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ୍
November 02
11:43 2021

ମୁମ୍ବାଇ, ୨/୧୧ : ଆଜି ହେଉଛି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ରଖିଛନ୍ତି। କିଙ୍ଗଖାନଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଏକ ନିଆରା ଅନ୍ଦାଜରେ ତାଙ୍କ ଫ୍ୟାନ୍ମାନେ ପାଳନ କରନ୍ତି।
ଚଳିତ ବର୍ଷ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଗତକାଲି ରାତିରୁ ତାଙ୍କ ଘର ମନ୍ନତ ବାହାରେ ଫ୍ୟାନ୍ଙ୍କ ପ୍ରବଳ ଭିଡ ଜମିଛି। ଶାହରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ମାନେ ଡେରା ପକାଇଛନ୍ତି।
ଶାହରୁଖ ମଧ୍ୟ ନିଜ ଫ୍ୟାନ୍ମାନଙ୍କୁ ନିରାଶ କରନ୍ତି ନାହିଁ। ସେ ନିଜର ପ୍ରତ୍ୟେକ ଜନ୍ମଦିନ ଅବସରରେ ଘରୁ ବାହାରକୁ ଆସି ଫ୍ୟାନ୍ମାନଙ୍କୁ ଦେଖାଦିଅନ୍ତି। ଏଥିସହ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାନ୍ତି ଏବଂ ସେମାନଙ୍କ ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତି।
ସେପଟେ ପୁଅ ଆର‌୍ୟ୍ୟନ୍ ଡ୍ରଗ୍ସ କେସ୍ରେ ଜେଲ୍ରୁ ମୁକୁଳିବା ପରେ ଶାହରୁଖଙ୍କ ଘରେ ପ୍ରଥମ ଥର ପାଇଁ ଆଜି ଉତ୍ସବ ପାଳନ ହେଉଛି। ‘ମନ୍ନତ’କୁ ପୂରା ନବବଧୂ ଭଳି ସଜାଇ ଦିଆଯାଇଛି। ଗୋଟିଏ ପଟେ ପୁଅ ଜେଲରୁ ମୁକୁଳିବା ଏବଂ ଅନ୍ୟପଟେ ଜନ୍ମଦିନ, ଶାହରୁଖଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି।
ରଙ୍ଗ ବେରଙ୍ଗର ଲାଇଟ୍ ଆଲୁଅରେ ଝଲସୁଛି କିଙ୍ଗ ଖାନ୍ଙ୍କ ଘର। ସେପଟେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଙ୍ଗଳା ବାହାରେ ଭିଡ ଜମାଇଥିବା ନଜର ଆସିଛନ୍ତି।
ସେପଟେ ସୋଶାଲ ମିଡିଆରେ ଅନେକ ବି-ଟାଉନ୍ର ସେଲେବ୍ରିଟି ଶାହରୁଖଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ନଭେମ୍ବର ୨ ତାରିଖ ୨୯୬୫ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବଲିଉଡର କିଙ୍ଗଖାନ ଶାହରୁଖ। ସେ ବି-ଟାଉନ୍ଙ୍କୁ ଅନେକ ସୁପର-ଡୁପର ହିଟ୍ ଫିଲ୍ମ ଦେଇଛନ୍ତି।
‘ବାଜିଗର’ ଫିଲ୍ମ ଠାରୁ ଆରମ୍ଭ କରି ଦିଲବାଲେ ଦୁଲହନିଆ ଲେ ଜାଏଙ୍ଗେ, ମେ ହୁଁ ଡନ୍, ଡର୍, ଏବଂ ଓମ୍ ଶାନ୍ତ ଓମ୍ ଭଳି ଅନେକ ଫିଲ୍ମରେ କାମ କରି ଶାହରୁଖଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031