Indus Valley Times

୬ଟି ବାଘ ଛୁଆର ନାମ କରଣ କଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

 Breaking News

୬ଟି ବାଘ ଛୁଆର ନାମ କରଣ କଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

୬ଟି ବାଘ ଛୁଆର ନାମ କରଣ କଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
December 29
18:07 2021

ବାରଙ୍ଗ, ୨୯/୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଧବାର ଦିନ ଏଠାରେ ଜନ୍ମିତ ୬ଟି ବାଘ ଛୁଆଙ୍କର ନାମକରଣ କରିଛି। ୨୦୨୧ ମାର୍ଚ୍ଚ ୨୮ ତାରିଖରେ ବିଜୟା ଓ ସେଫ୍ଙ୍କ ଔରଷରୁ ଜନ୍ମିତ ୩ ଅଣ୍ଡିରା ଛୁଆଙ୍କ ନାଁ ରକି, ବଂଶୀ ଓ ରାକେଶ ରଖିଥିବା ବେଳେ ମେଘା ଓ ନନ୍ଦନଙ୍କ ଔରଷରୁ ଜନ୍ମିତ ୨ ଅଣ୍ଡିରା ଓ ଏକ ମାଈ ଛୁଆର ନାଁ ବିବେକ, ଅଭୟ ଓ ସୋହିନ ରଖିଛି। ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ନାମକରଣ କରାଯାଇଛି।
ଏକ ଭାରତୀୟ ବଜ୍ରକାପ୍ତାକୁ ରେଡିଓ ଟ୍ରାନ୍ସମିଟର ଲଗାଇ ହାତୀ ସଫାରୀ ପଛ ବଣରେ ଛଡାଯାଇଛି। ସମାରୋହରେ ଅତିଥିମାନଙ୍କ ଦ୍ୱାରା ନନ୍ଦନକାନନର ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ପିସିସିଏଫ୍ ତଥା ବନ ବିଭାଗର ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଥିଲେ। ପିସିସିଏଫ୍ (ବନ୍ୟପ୍ରାଣୀ) ଶଶୀ ପଲ୍ ସମ୍ମାନିତ ଅତିଥି ଥିଲେ। ନନ୍ଦନକାନନ ବାଇଲୋଜିକାଲ ପାର୍କର ନିର୍ଦ୍ଦେଶକ ଡ. ମନୋଜ ଭି ନାୟର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ଡାଇରେକ୍ଟର ସଂଜିତ କୁମାର ସମାରୋହରେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031