Indus Valley Times

୬୦ ଘଣ୍ଟାର ତାଣ୍ଡବ, ୧୬୬ ମୃତ : ମନେ ପଡେ ସେଦିନ ଆତଙ୍କର କଳାକାହାଣୀ

 Breaking News

୬୦ ଘଣ୍ଟାର ତାଣ୍ଡବ, ୧୬୬ ମୃତ : ମନେ ପଡେ ସେଦିନ ଆତଙ୍କର କଳାକାହାଣୀ

November 26
10:14 2024

ମୁମ୍ବାଇ, ୨୬/୧୧ : ଗୋଟିଏ ପଟେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ସ୍ମରଣ କରାଯାଉଥିବା ବେଳେ ଅନ୍ୟପଟେ ଏହି ତିଥି ସହ ଜଡିତ ଏକ କଳା ଦିନ ରହିଛି ଯାହାକୁ ଭାରତବାସୀ ଭୁଲି ପାରିବେ ନାହିଁ। ଆଜିର ଦିନରେ ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୬ ତମ ବାର୍ଷିକୀ ପାଳନ କରୁଛି ଦେଶ।
କିନ୍ତୁ ଦେଶବାସୀ ଆଜି ବି ଏହି ଦିନକୁ ମନେ ପକାଇ ଥରି ଉଠିଛନ୍ତି। ସ୍ୱାଧୀନ ଭାରତର ଇତିହାସରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା। ଏଥିରେ ୧୮ ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ବିଦେଶୀ ନାଗରିକ ମଧ୍ୟ ଥଲେ। ଆତଙ୍କାବାଦୀଙ୍କ ଆକ୍ରମଣରେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଦେଶର ଅନ୍ୟତମ ସୁରକ୍ଷିତ ସ୍ଥାନ ମୁମ୍ବାଇର ତାଜ ହୋଟେଲକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ।
ପାକିସ୍ତାନର କରାଚିରୁ ସମସ୍ତ ୧୦ ଜଣ ଆତଙ୍କବାଦୀ ଏକ ଡଙ୍ଗା ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଭାରତୀୟ ନୌସେନାକୁ ଚକିତ କରିବାକୁ ଯାଉଥିବା ବେଳେ ସେମାନେ ଏକ ଭାରତୀୟ ଡଙ୍ଗାକୁ ଅପହରଣ କରି ଡଙ୍ଗାରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କରିଥିଲେ।
ଏହି ଡଙ୍ଗା ମାଧ୍ୟମରେ ସେମାନେ ରାତି ପ୍ରାୟ ୮ଟାରେ କୋଲାବା ନିକଟସ୍ଥ ମାଛ ବଜାରରେ ଅବତରଣ କରିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ଉପରେ ସନ୍ଦେହ କରିଥିଲେ। ସେ ପୁଲିସକୁ ମଧ୍ୟ ଖବର ଦେଇଥିଲେ, କିନ୍ତୁ ପୁଲିସ ଏହାକୁ ହାଲୁକା ଭାବେ ନେଇଥିଲା। ନଭେମ୍ବର ୨୬ରେ ମୁମ୍ବାଇରେ ସେମାନେ ପ୍ରଥମେ ସବୁ କିଛି ଯାଞ୍ଚ କରିଥିଲେ ଏବଂ ସନ୍ଧ୍ୟାରେ ନିଜର ଘୃଣ୍ୟ ଯୋଜନାକୁ କାର‌୍ୟ୍ୟକାରୀ କରିବାକୁ ବାହାରିଥିଲେ।
କୋଲାବାରୁ ଆତଙ୍କବାଦୀମାନେ ୪-୪ ଜଣିଆ ଦଳରେ ଟ୍ୟାକ୍ସି ଧରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଥିଲେ। ରାତି ସାଢ଼େ ୯ଟାରେ ଆତଙ୍କବାଦୀଙ୍କ ଏକ ଦଳ ଛତ୍ରପତି ଶିବାଜୀ ଟର୍ମିନାଲ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସମସ୍ତଙ୍କ ହାତରେ ଏକେ-୪୭ ରାଇଫଲ ଥିଲା, ସେମାନେ ଏଠାରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଏହି ଆକ୍ରମଣକାରୀଙ୍କ ମଧ୍ୟରେ ଅଜମଲ କସାବ ମଧ୍ୟ ସାମିଲ ଥିଲା। ଯାହାକୁ ସୁରକ୍ଷା ବାହିନୀ ଜୀବିତ ଧରିଥିଲା, କାହାକୁ ଫାଶୀ ଦିଆଯାଇଛି। ସିଏସଟି ରେଳ ଷ୍ଟେସନରେ ଗୁଳିକାଣ୍ଡ ଘଟଣା କୁ ନେଇ ପୋଲିସ ସାମ୍ନାକୁ ଆସିବା ମାତ୍ରେ। ଭିଲେ ପାର୍ଲେ ଅଞ୍ଚଳରେ ମଧ୍ୟ ଗୁଳିବିନିମୟ ହୋଇଥିଲା।
ଆତଙ୍କବାଦୀମାନେ ସେହି ରାତିରେ ମୁମ୍ବାଇର ଅନେକ ପ୍ରସିଦ୍ଧ ସ୍ଥାନକୁ ଟାର୍ଗେଟ କରିଥିଲେ। ମୁମ୍ବାଇର ଅନ୍ୟତମ ବିଶ୍ୱସ୍ତରୀୟ ହୋଟେଲ ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସକୁ ଟାର୍ଗେଟ କରାଯାଇଥିଲା।
ଆତଙ୍କବାଦୀମାନେ ମୁମ୍ବାଇର ଗୌରବ କୁହାଯାଉଥିବା ତାଜ ହୋତାଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ୩ ଦିନ ଧରି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ପୁଲିସ ଓ ସେନା ଅପରେସନ ମଧ୍ୟ ବିଫଳ ହେଉଥିବା ଜଣାପଡିଛି। ଏହାପରେ ଏନଏସଜି କମାଣ୍ଡୋଙ୍କୁ ଡକାଯାଇଥିଲା। ଏନଏସଜି କମାଣ୍ଡୋମାନେ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ତାଙ୍କ ସାହସିକତା ଯୋଗୁଁ ଭାରତ ଉପରେ ଏହି ସଙ୍କଟ ଟଳିଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031