Indus Valley Times

୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

 Breaking News

୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ
September 18
11:36 2025

ଭୁବନେଶ୍ୱର, ୧୮/୯ : ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ହୋଇଯାଇଥିବା ସେମାନଙ୍କୁ ଏଣିକି ବାର୍ଦ୍ଧକ୍ୟା ଭତ୍ତା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି କରାଯାଇଛି । ଚିଠି ମୁତାବକ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରାଯିବ ।
ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ବାର୍ଦ୍ଧକ୍ୟ ଭତ୍ତା ପାଇଁ କୌଣସି ଅଲଗା ଆବେଦନ କରିବାକୁ ପଡ଼ିବ ନାହିଁ । ଯେଉଁମାନଙ୍କ ବୟସ ହୋଇଯାଇଥିବ ସେମାନଙ୍କ ତଥ୍ୟ ସୁଭଦ୍ରାରୁ ସିଧାସଳଖ ସାମାଜିକ ସୁରକ୍ଷା ବିଭାଗକୁ ଯିବ ।
କିନ୍ତୁ ଗତ ୧୬ ତାରିଖରେ ହୋଇଥିବା ଚିଠି ମୁତାବକ, ୬୦ ବର୍ଷ ବୟସ ହୋଇଯାଇଥିବା ୯୩ ହଜାର ସୁଭଦ୍ରା ହିତାଧିକାରୀ ଏଣିକି ବାର୍ଦ୍ଧକ୍ୟ ଭତ୍ତା ପାଇବେ । ସଦ୍ୟ ଚିଠିରେ ଏହା ସ୍ପଷ୍ଟ କରାଯାଇଛି ମହିଳା ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବାକୁ ପଡ଼ିବ । ଯେଉଁମାନେ ଅଧିକ ବୟସ୍କ ଓ ଦୁର୍ବଳ ଶ୍ରେଣୀର ହୋଇଥିବେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031