Indus Valley Times

୭ରେ ଓଡିଶା ଆସିବେ ରାଷ୍ଟ୍ରପତି

 Breaking News

୭ରେ ଓଡିଶା ଆସିବେ ରାଷ୍ଟ୍ରପତି

December 03
10:49 2019

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
ଭୁବନେଶ୍ୱର,୩ ।୧୨: ଆସନ୍ତା ୭ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ।
୭ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ରାଜଭବନରେ ରାତ୍ରୀ ଯାପନ କରିବେ । ୮ ତାରିଖ ସକାଳେ ଖୋର୍ଦ୍ଧା ଯାଇ ବରୁଣେଇ ପାହାଡ ନିକଟରେ ପାଇକ ସ୍ମୃତି ସ୍ଥଳର ଶିଳାନ୍ୟାସ କରିବେ ।
ସେଠାରୁ ଭୁବନେଶ୍ୱର ଫେରି ବାଣୀବିହାର ଉକ୍ରଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜଭବନରେ ମଧ୍ୟାହ୍ନଭୋଜନ ଗ୍ରହଣ ପରେ ରାଷ୍ଟ୍ରପତି ଅପରାହ୍ନ ୫ ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଅନ୍ତରୀଣ ପୋଲିସ୍ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିାଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031