Indus Valley Times

୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ହେଉଛି ପ୍ରତିଷ୍ଠା ଦିବସ

 Breaking News

୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ହେଉଛି ପ୍ରତିଷ୍ଠା ଦିବସ

୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ହେଉଛି ପ୍ରତିଷ୍ଠା ଦିବସ
April 13
09:38 2022

ଭୁବନେଶ୍ୱର, ୧୩/୪ : ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା ।
ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ ସମସ୍ୟା ଭିତରେ ଅଛନ୍ତି ସ୍ମାର୍ଟ ସିଟିବାସୀ ।
ଖବର ଅନୁଯାୟୀ, ଏଭିତରେ ୭ ଦଶନ୍ଧି ବିତିଗଲାଣି । ରାଜଧାନୀର କଳେବର ବଢ଼ିଛି । ଲୋକସଂଖ୍ୟା ବଢ଼ିବା ସହ ବିକାଶ ଆଗେଇଛି । ଅନେକ ପ୍ରକଳ୍ପ ବାସ୍ତବ ରୂପ ନେଇଛି ।
ଆଇଆଇଟି, ନାଇଜର ସହ ଶିକ୍ଷା ଭିତ୍ତିଭୂମି ବହୁତ ଆଗକୁ ବଢ଼ିଛି । ବିଶ୍ବ ସ୍ତରୀୟ କ୍ରୀଡ଼ା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ବର ।
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜଧାନୀ । ତଥାପି ବିକାଶ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି ।
ଆହୁରି ଅନେକ ଆହ୍ବାନ ରହିଛି । ଆଜି ପ୍ରତିଷ୍ଠା ଦିବସ ଅବସରେର ପିଏମଜିରେ ପରେଡ ହେବ । ଭୁବନେଶ୍ଵରର ୭୨ଟି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ରାଜଧାନୀ ପ୍ରତିଷ୍ଠା ଦିବସ ପରେଡରେ ସାମିଲ ହେଉଛନ୍ତି ।
ପ୍ରଶାସନ ଓ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କମିଟି ସହେଯୋଗରେ ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ପ୍ରତିଷ୍ଠା ଦିବସ ପାନଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031