Indus Valley Times

ୱାଶିଂଟନ ଆସିବା ପାଇଁ ଟ୍ରମ୍ପ ନିମନ୍ତ୍ରଣ କଲେ, କିନ୍ତୁ ମୋ ପାଇଁ ମହାପ୍ରଭୁଙ୍କ ମାଟି… ଆମେରିକା ନଯିବାର କାରଣ କହିଲେ ପିଏମ୍

 Breaking News

ୱାଶିଂଟନ ଆସିବା ପାଇଁ ଟ୍ରମ୍ପ ନିମନ୍ତ୍ରଣ କଲେ, କିନ୍ତୁ ମୋ ପାଇଁ ମହାପ୍ରଭୁଙ୍କ ମାଟି… ଆମେରିକା ନଯିବାର କାରଣ କହିଲେ ପିଏମ୍

ୱାଶିଂଟନ ଆସିବା ପାଇଁ ଟ୍ରମ୍ପ ନିମନ୍ତ୍ରଣ କଲେ, କିନ୍ତୁ ମୋ ପାଇଁ ମହାପ୍ରଭୁଙ୍କ ମାଟି… ଆମେରିକା ନଯିବାର କାରଣ କହିଲେ ପିଏମ୍
June 20
20:33 2025

ଭୁବନେଶ୍ୱର, ୨୦/୬ : ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନତା ମୈଦାନରେ ସେ ସମ୍ବୋଧନ ଦେଇ ମହାପ୍ରଭୁଙ୍କ କଥା କହିଛନ୍ତି । ସେ କହିଛନ୍ତି, ‘କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ମତେ ନିମନ୍ତ୍ରଣ କରିଥିଲେ। ହେଲେ ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି’।
ମୋଦୀ ଆହୁରି ମଧ୍ୟ କହିଛନ୍ତି, ମତେ ଓଡ଼ିଶା ଆସିବାର ଥିଲା । ମହାପ୍ରଭୁଙ୍କ ମାଟିକୁ ଆସିବାର ଥିଲା । ଖାସ୍ ସେଇଥି ପାଇଁ ଟ୍ରମ୍ପଙ୍କ କଥାକୁ ବି ଟାଳିଦେଲେ । ଆଉ ରୋକଠୋକ୍ ମନାକରିଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି ।
ଆଜି ଜନତା ମୈଦାନରେ ପହଞ୍ଚିବା ପରେ ପ୍ରଥମେ ସେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ। ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋହନ ସରକାରଙ୍କ ଟିମ୍କୁ ବଧାଇ ଜଣାଉଛି। ବର୍ଷକ ଭିତରେ ବେଶ ପ୍ରଶଂସନୀୟ କାର‌୍ୟ୍ୟ କରିଛନ୍ତି। ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି। ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି। ଓଡ଼ିଶାରେ ବିଜେପି ସରକାର ବର୍ଷେ ପୂରଣ କରିଛି। ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି। ଏଠି ବିଜେପି ସରକାର ହେଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା। ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା। ଏହା କେବଳ ସରକାରଙ୍କ ନୁହେଁ ବରଂ ସୁଶାସନ ସ୍ଥାପନର ବର୍ଷ । ଏହି ଗୋଟିଏ ବର୍ଷ ଜନ ସେବା ଓ ଜନ ବିଶ୍ୱାସକୁ ସମର୍ପିତ । ମୁଁ ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ପୂରା ଟିମକୁ ଶୁଭେଚ୍ଛା ଜଣାଉଛି । ସେମାନେ ଭଲ କାମ କରି ଓଡ଼ିଶା ବିକାଶକୁ ନୂଆ ଗତି ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031