Indus Valley Times

ବିବାହିତା ମହିଳାଙ୍କ ଆତ୍ମହତ୍ୟା ମାମଲା : ଯୈ÷ାତୁକ ନିର୍ଯ୍ୟାତନା ଅଭିଯୋଗ, ପୁଲିସ ହାତ ବାନ୍ଧି ବସିଛି

 Breaking News

ବିବାହିତା ମହିଳାଙ୍କ ଆତ୍ମହତ୍ୟା ମାମଲା : ଯୈ÷ାତୁକ ନିର୍ଯ୍ୟାତନା ଅଭିଯୋଗ, ପୁଲିସ ହାତ ବାନ୍ଧି ବସିଛି

ବିବାହିତା ମହିଳାଙ୍କ ଆତ୍ମହତ୍ୟା ମାମଲା : ଯୈ÷ାତୁକ ନିର୍ଯ୍ୟାତନା ଅଭିଯୋଗ, ପୁଲିସ ହାତ ବାନ୍ଧି ବସିଛି
August 25
00:10 2017

ବିବାହିତା ମହିଳାଙ୍କ ଆତ୍ମହତ୍ୟା ମାମଲା  ବିବାହିତା ମହିଳାଙ୍କ ଆତ୍ମହତ୍ୟା ମାମଲା ଯୈ÷ାତୁକ ନିର୍ଯ୍ୟାତନା ଅଭିଯୋଗ, ପୁଲିସ ହାତ ବାନ୍ଧି ବସିଛିଟିଟିଲାଗଡ଼, ୨୩/୦୮ ।(ତୀର୍ଥଙ୍କର ପଟେଲ) ଅଗଷ୍ଟ ୧୫ ତାରିଖ ପ୍ରାତଃରେ ଜଣେ ବିବାହିତା ମହିଳାଙ୍କ ଶବକୁ ଜବତ କରି ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକାଙ୍କ ପିତା ଏହା ଯୈ÷ାତୁକ ନିର୍ଯ୍ୟାତନା ଯୋଗୁଁ ଘଟିଛି ବୋଲି ଲିଖିତ ଅଭିଯୋଗ କରିବା ପରେ ମାମଲାଟି ଭିନ୍ନ ମୋଡ଼ ନେଇଛି । ଏନେଇ ପୁଲିସ ମୃତକାଙ୍କ ସ୍ୱାମୀ, ଶଶୁର ଓ ଶାଶୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଉଛି ।  ଅଭିଯୋଗନୁଯାୟୀ ୨୦୧୨ ମସିହା ଜୁନ ୨୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ନିବାସୀ ଦୟାନିଧି ସାହୁଙ୍କ କନ୍ୟା ସୁଜାତାଙ୍କ ବିବାହ  ଟିଟିଲାଗଡ ପଦ୍ମନାଭପୁର ନିବାସୀ କାଶୀନାଥ ସାହୁଙ୍କ ଜ୍ୟୈଷ୍ଠ ପୁତ୍ର ପୁପୁନା ଓରଫ ପ୍ରତାପଙ୍କ ସହ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା । ବର୍ତ୍ତମାନ ତାଙ୍କ ଏକ ୪ ବର୍ଷର ଶିଶୁ ପୁତ୍ର ରହିଛି । ବିବାହ ସମୟରେ ସାମର୍ଥ୍ୟରୁ ଅଧିକା ଯୌତୁକ  ଦେଇ କନ୍ୟା ମାତା ପିତା ନିଜ ଝିଅ କୁ ବିଦାୟ କରିଥିଲେ । ତେବେ ପୁଅ ହେବାର ୬ ମାସ ପରେ ଶାଶୁ ଶଶୁର ଓ ସ୍ୱାମୀ ଘର ତିଆରି କରିବା ପାଇଁ ୨ ଲକ୍ଷ ଟଙ୍କା ସୁଜାତାକୁ ବାପ ଘରୁ ଆଣିବା ପାଇଁ କହିଥିଲେ । ଏନେଇ ସୁଜାତା ଫୋନ ଯୋଗେ ବାପାକୁ ଜଣାଇବାରୁ ତିନି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ । ଏହା ପରେ ମଧ୍ୟ ଘର ତିଆରି ପାଇଁ ଅନେକ ଥର ଟଙ୍କା ଦାବି କରି ଆସୁଥିଲେ । ସୁଜାତା ଏହାକୁ ପ୍ରତିବାଦ କରିବାରୁ ସ୍ୱାମୀ ପୁପୁନା, ଶାଶୁ ଓ ଶଶୁର କାଶୀନାଥ ପ୍ରମୁଖ ବିନା କୌଣସି କାରଣରେ ସୁଜାତାକୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରି ଶାରିରୀକ ଓ ମାନଶିକ ନିର୍ଯ୍ୟାତନା ଦେଇ ବାପ ଘରୁ ନଗଦ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ଏତିକି ନୁହେଁ ଶଶୁର ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିବା ବେଳେ ଶାଶୁ ଏହାକୁ ମାରି ଦିଅ ମୋ ପୁଅ ପାଇଁ ଆଉ ଗୋଟେ ବାହା କରିବି ଆହୁରୀ ଯୈ÷ାତୁକ ମିଲିବ ବୋଲି କହୁଥିବା ସୁଜାତା ମା, ବାପାକୁ ଜଣାଇଥିଲା । ଏନେଇ ଅନେକ ଥର ମା ଓ ବାପା ଟିଟିଲାଗଡ଼ ଆସି ସୁଜାତାର ଶଶୁର, ଶାଶୁ ଓ ସ୍ୱାମୀକୁ ବୁଝା ସୁଝା କରିବାରୁ ସେମାନେ ଭବିଷ୍ୟତରେ ଆଉ କୌଣସି ନିର୍ଯ୍ୟାତନା ଦେବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟପଟେ ନିଜ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ସୁଜାତା ସବୁ କିଛି ସହ୍ୟ କରି ଦିନେ ନା ଦିନେ ନିଜ ସୁଖ ସଂସାର ଗଢିବା ଆଶାରେ ସ୍ୱାମୀଙ୍କ ପାଖରେ ରହି ଆସୁଥିଲା । ତେବେ ଗତ ୭ ତାରିଖ ରକ୍ଷାବନ୍ଧନ ଦିନ ସୁଜାତା ଓ ତା ସ୍ୱାମୀ ସିନେ୍ଧକେଲା ଆସି ଶାଳକ ପପୁନ କୁ ଘର ତିଆରି କରିବା ପାଇଁ ୫ ଲକ୍ଷ ଟଙ୍କା ମାଗିବାରୁ ସେ ଅସମର୍ଥତା ଜଣାଇବାରୁ ଜ୍ୱାଇଁ ସୁଜାତାକୁ ଧରି ଟିଟିଲାଗଡ଼ ଚାଲି ଆସିଥିଲା । ଟିଟଲାଗଡ଼ ଆସିବା ପରେ ପୁଣି ସୁଜାତାକୁ ଅକଥନୀୟ ନିର୍ଯ୍ୟାତନା ଦିଆଗଲା । ଏଥିରୁ ବିରକ୍ତ ହୋଇ ସୁଜାତା ବାପାକୁ ଫୋନ କରି ସିନେ୍ଧକେଲା ନେଇ ଯିବାକୁ କହିଥିଲା । ଏହା ଜାଣିବା ପରେ ସୁଜାତା ବଡ଼ ଭାଇ ବୁଲୁ ଗତ ୧୧ ତାରିଖରେ ଟିଟିଲଗଡ଼ ଆସି ମିମାଂଶା କରିଥିଲେ । ସେହି ସମୟରେ ଟଙ୍କାର ବ୍ୟବସ୍ଥା ତୁରନ୍ତ କରିବାକୁ କହି ଏ ସମ୍ପର୍କରେ କାହାକୁ କହିଲେ ମୁଁ ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିବି ବୋଲି ଜ୍ୱାଇଁ ପ୍ରତାପ ଧମକ ଦେଇଥିଲା । ତେବେ ୧୫ ତାରିଖ ପ୍ରାତଃରେ ଟିଟିଲାଗଡ଼ ପଦ୍ମନାଭପୁରରେ ରହୁଥିବା ଦୟାନିଧିଙ୍କ ଭଣଜା ମୁରଲୀଧର ସାହୁଙ୍କ ଠାରୁ ଫୋନରେ ସୁଜାତା ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଖବର ପାଇ ସୁଜାତାର ବାପା, ମା ଓ ଭାଇ ଟିଟିଲାଗଡ଼ ପହଞ୍ଚି ଡାକ୍ତରଖାନାରେ ସୁଜାତାକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ୧୪ ତାରିଖ ଦିନ ସୁଜାତା ଜନ୍ମାଷ୍ଟମୀ ଉତ୍ସବ ପାଇଁ ମନ୍ଦିରକୁ ଯାଇ ଫେରିବା ପରେ ସମସ୍ତେ ନିସ୍ତୁକ ମାଡ଼ ମାରିଥିଲେ । ଏପରି ବାରମ୍ବାର ନିର୍ଯ୍ୟାତନା ସହି ନପାରି ୧୫ ତାରିଖ ଭୋରରେ ସୁଜାତା ବ୍ୟାଗ ଧରି ସିନେ୍ଧକେଲା ଯିିବାକୁ ବାହାରୁ ଥିବା ସମୟରେ ତାର ଶାଶୁ ଏହା ଦେଖି ସୁଜାତା ଧରିଥିବା ବ୍ୟାଗକୁ ଛଡ଼ାଇ ନେଇ ସୁଜାତାକୁ ଘର ଭିତରେକୁ ଧକ୍କା ଦେଇ ମର ବୋଲି କହିଥିଲା । ସୁଜାତା ଭିତର ପଟୁ କବାଟ ବନ୍ଦ କରି ତାର ଶାଢିକୁ ବେକରେ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟରେ ତାର ଶାଶୁ ଝରକା ପଟୁ ଏହା ଦେଖି କେମିତି ମରିବୁ ମର ବୋଲି କହିଥିଲା । ଏହା ଜଣେ ପଡ଼ିଶା ମହିଳା ଦେଖି ସୁଜାତାଙ୍କ ସମ୍ପର୍କୀୟକୁ କହିବାରୁ ସେମାନେ ତୁରନ୍ତ କବାଟ ଭାଙ୍ଗି ସୁଜାତାକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା ରୁ ଖବର ପାଇ ପୁଲିସ ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରାଇବା ପରେ ତାଙ୍କ ପରିଜନକୁ ଶବ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ସୁଜାତାର ମୃତ୍ୟୁକୁ ନେଇ ବାପ ଘର ଲୋକେ ଭାଙ୍ଗି ପଡ଼ିଥିଲେ । ତେବେ ଗତ ୧୭ ତାରିଖ ଦିନ ଟିଟିଲାଗଡ଼ ପଦ୍ମନାଭପୁରରେ ସମାଜର ଏକ ବୈଠକ ବସିଥିଲା । ଏଥିରେ ସୁଜାତାର ସ୍ୱାମୀ, ଶାଶୁ ଓ ଶଶୁରକୁ ମଧ୍ୟ ଡକା ଯାଇଥିଲା । ସେମାନେ ସୁଜାତାର ବାପାକୁ କିଛି ସହାନୁଭୁତି କିମ୍ବା ସଂବେଦନା କଣ ଜଣାଇବେ ଓଲଟା ତୁମ ଝିଅ ମଲା, ଆମର କନ ଗଲା, ତୁମେ ଆମର କିଛି ବିଗାଡ଼ି ପାରିବ ନାହିଁ ବୋଲି ଧମକ ଦେଇ ବୈଠକରୁ ଚାଲି ଯାଇଥିବା ସୁଜାତାର ବାପା ଦୟାନିଧି ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ମୃତକାଙ୍କ ପିତାଙ୍କ ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ଥାନା କେଶ ନଂ ୨୬୯ ରେ ଭାରତୀୟ ଦଣ୍ଡ ବିଧି ଆଇନର ୪୯୮(କ), ୩୦୪(ଖ), ୩୦୬, ୩୪ ଧାରା ଏବଂ ୪ ଡିପି ଏକ୍ଟରେ ଗତ ୧୯ ତାରିଖରେ ମାମଳା ରୁଜୁ କରିଛି । ତେବେ ପୁଲିସ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ସହ ସଲାସୁତରା କରି ଅଭିଯକ୍ତ ମାନଙ୍କୁ ଗିରଫ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଘଣ୍ଟ ଘୋଡ଼ାଓଛି ବୋଲି ଅଭିଯୋଗ ହେଉଛି । ଏନେଇ ଥାନାଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଥାନାରେ ଅନୁପସ୍ଥିତ ଥିବାରୁ ସମ୍ଭବ ହୋଇ ପାରିନଥିଲା । ପୁଲିସ ଉଚ୍ଚ କତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ।

Share

Related Articles

Archives

Categories