Indus Valley Times

“ଆମ ସଂକଳ୍ପ”ଯୋଜନାର ପ୍ରଥମ ବାର୍ଷିକ ଉସô୍ବ ପାଳିତ, ୮୨ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇପାରିଛି

 Breaking News

“ଆମ ସଂକଳ୍ପ”ଯୋଜନାର ପ୍ରଥମ ବାର୍ଷିକ ଉସô୍ବ ପାଳିତ, ୮୨ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇପାରିଛି

“ଆମ ସଂକଳ୍ପ”ଯୋଜନାର ପ୍ରଥମ ବାର୍ଷିକ ଉସô୍ବ ପାଳିତ, ୮୨ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇପାରିଛି
September 08
22:38 2017

ରାୟଗଡ଼/୮/୯ (ସି.ବି.ସିଂହଙ୍କ ରିପୋର୍ଟ): ରାୟଗଡ଼ା ଜିଲ୍ଳାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ଗତ ୨୦୧୬ ସେପ୍ଟେମ୍ବର ୮ତାରିଖରେ ଆରମ୍ଭ କରାଯାଇଥିବା “ଆମ ସଂକଳ୍ପ”ଯୋଜନାକୁ ଏକବର୍ଷ ପୂର୍ତର୍ି ଅବସରରେ ଜିଳ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୃଷ୍ଟଚନ୍ଦ୍ର ନଗର ଭବନ ଠାରେ ଏହାର ପ୍ରଥମ ବାର୍ଷିକ ଉସ୍ୱବ ଶୁକ୍ରବାର ଦିନ ମହାସମାରୋହରେ ପାଳନ କରାଯାଇଛି ।
ଏହି ଅବସରରେ ଦକ୍ଷିଣାଂଚଳ ଆରଡିସି ଟି.ଆପାଙ୍ଗ ଆଉ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବିନୋଦ ବିହାରୀ ମିଶ୍ର,ରାଜ୍ୟ ମାତୃ ଓ ଶିଶୁ ମୃତ୍ୟୁହାର ବିଭାଗର ନୋଡାଲ ଅଫିସର ତଥା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର କେ.କେ.ଦାସ,ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା,ରାୟଗଡ଼ ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ୍ ତାପସ କୁମାର ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ପ୍ରଥମେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତିନୋଟି ଷ୍ଟଲଗୁଡିକର ଶୁଭାରମ୍ଭ କରାଯାଇଥିଲା ।
ଏହା ପରେ ଅତିଥିମାନେ ମଂଚାସୀନ ହେବା ପରେ ପ୍ରଥମେ ଦୀପ ପ୍ରଜ୍ୱଳନ କରଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଆଜାଦ ହିନ୍ଦ ଆସୋସିଏସନ ଓ ସ୍ୱାସ୍ଥ୍ୟ ବିଭାଗର କିଛି କଳାକାରମାନେ ଆମ ସଂକଳ୍ପ କାର୍ଯ୍ୟକ୍ରମର ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହାପରେ ରାୟଗଡ଼ ଜିଲ୍ଳା ମୁଖ୍ୟ ଚିକିସô୍ାଧିକାରୀ ଡାକ୍ତର ସରୋଜ କୁମାର ନାଏକ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।
ରାୟଗଡା ଜିଲ୍ଳାରେ ଆମ ସଂକଳ୍ପ ଯୋଜନା କାର୍ଯ୍ୟକାରୀ ହେବା ପରେ ବହୁ ମାତ୍ରାରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଥିବାରୁ ମୁଖ୍ୟ ଅତିଥି ଶ୍ରୀ ଆପାଙ୍ଗ ରାୟଗଡ ଜିଲ୍ଳା ପ୍ରଶାସନକୁ ପ୍ରଂଶସା କରି ଆଗାମୀ ଦିନରେ ଏହି ଯୋଜନା ଦ୍ୱାରା ଆହୁରି ଗର୍ଭବତୀ ମହିଳାମାନେ ଏକ ସୁସ୍ଥ ସ୍ୱାସ୍ଥ୍ୟ ଜୀବନ ପାଇ ପାରିବେ ବୋଲି ପ୍ରକାଶ କରିଥିଲେ ।
ସେହିପରି ରାୟଗଡା଼ ଜିଲ୍ଳାର ଦୁର୍ଗମ ଅଂଚଳଗୁଡିକରେ ଯେଉଁ ସ୍ଥାନରେ ସ୍ୱାସ୍ଥ୍ୟ ସେବା ପଂହଚି ପାରୁନି ସେହି ଇଲାକାଗୁଡିକରେ ଏହି ଯୋଜନା ଦ୍ୱାରା ସେଠାରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବା ସହ ଉଭୟ ମା ଓ ଶିଶୁର ଉପଯୁକ୍ତ ଯତ୍ନ ନିଆଯାଇପାରିବ ବୋଲି ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ୍ ପ୍ରକାଶ କରିଥିବା ବେଳେ ଆମ ସଂକଳ୍ପ ଯୋଜନାର ପରିକଳ୍ପନା ଦ୍ୱାରା ବର୍ତମାନ ଜିଲ୍ଳାରେ ୮୨ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇପାରିଛି । ଗ୍ରାମ ଗୁଡିକରେ ଲୋକମାନେ ସଚେତନ ହୋଇ ଆଉ ଘରେ ଅସୁରକ୍ଷିତ ଭାବେ ଗର୍ଭବତୀ ମହିଳାମାନେ ପ୍ରସବ କରି ନିଜର ଓ ନିଜ ନବଜାତ ସନ୍ତାନର ଜୀବନକୁ ବିପଦରେ ପକାଇ ପାରିବେନି ବୋଲି ପ୍ରକାଶ ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଆମ ସଂକଳ୍ପ ଯୋଜନା ଉପରେ ନିଜର ମତ ଉପସ୍ଥାପନା କରି ଏହି ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗର ମିଳିତ ଉଦ୍ୟମକୁ ପ୍ରଂଶସା କରିଥିଲେ । ସେହିପରି ଆମ ସଂକଳ୍ପ ଯୋଜନାରେ ଆହୁରି ୧୪ଟି ଅତିରିକ୍ତ ପ୍ରସବ କେନ୍ଦ୍ର ଖୋଲାଯାଇ ଆନୁଷ୍ଠାନିକ ପ୍ରସବ ନିମନ୍ତେ ସୁବିଧା କରାଯାଇଛି,୨୫ଟି ଉପକେନ୍ଦ୍ରଗୁଡିକରେ ବର୍ତମାନ ସପ୍ତାହିକ ପର୍ଯ୍ୟାଲୋଚନା ଫଳରେ ୬୦ପ୍ରତିଶତ କାର୍ଯ୍ୟଭାର ତୁଲା ଯାଇପାରୁଛି,ଗତ ବର୍ଷ ତୁଳନାରେ ୧୧ଟି ମାତୃମୃତ୍ୟୁ ଓ ୪୯ଟି ଶିଶୁମୃତ୍ୟୁ ହାର ହ୍ରାସ କରାଯାଇଛି,ଗୁଣପୁର ବ୍ଳକର ପୁଟାସିଂଙ୍ଗ,ପଦ୍ମୁପର ବ୍ଳକର ସଦର ଠାରେ ଦୁଇଟି ମା’ଗୃହ ପରିଚାଳନା ହେଉଥିବା ବେଳେ କଲ୍ୟାଣସିଂହପୁର ବ୍ଳକର ମାଝିଗୁଡା ଠାରେ ଥିବା ମା ଗୃହକୁ ଅତିଶୀଘ୍ର ପରିଚାଳନା କରାଯିବାର ବ୍ୟବସ୍ଥା ଶେଷ ହୋଇଛି,ଆଇରନ୍ ଓ କ୍ୟାଲସିୟମ ମିଶ୍ରିତ ଆୟୋଡିନ ଲୁଣର ବ୍ୟବହାର ,ଗୁଣପୁର ଉପ ମୁଖ୍ୟ ଚିକିସô୍ାଳୟର ପୃଷ୍ଟି ବିକାଶ କେନ୍ଦ୍ରକ ୫ଟିରୁ ୧୦ଟି ଶର୍ଯ୍ୟା ବିିଶିଷ୍ଟ କରାଇବା,ରେଡ୍ ଜୋନ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆରବିଏସକେ/ଏମଏଚୟୁ ଗାଡିରେ ନିକଟସ୍ଥ ଏନଆରସି କୁ ପଠାଯିବା,ମମତା ଦିବସ ପାଳନ କାର୍ଯ୍ୟକ୍ରମ ନିମନ୍ତେ ୧୨୩ଟି ସ୍ୱତନ୍ତ୍ର ଭିଏଚଏନଡି ସେସନ୍ ନିମନ୍ତେ ସ୍ଥାନାନ୍ତରୀତଜନୀତ ତମ୍ବୁ ଯୋଗାଇଦିଆଯାଇଛି,ଉପ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଗର୍ଭବତୀ ମହିଳାମାନଙ୍କୁ ପଂହଚାଇ ଆନୁଷ୍ଠାନିକ ପ୍ରସବ କରାଇବା ପାଇଁ ଚିହ୍ନଟ କରିବା ଏବଂ ୪୪୯ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେବା ଯୋଗାଇଦିଆଯାଇଛି, କଲ୍ୟାଣିସିଂହପୁର ବ୍ଳକର ମାଝିଗୁଡା ଏବଂ ପାର୍ସାଲି ପଂଚାୟତ ନିମନ୍ତେ ଗୋଟିଏ ଏବଂ ଗୁଣପୁର ବ୍ଳକର ପୁଟାସିଙ୍ଗ ପଂଚାୟତ ପାଇଁ ଗୋଟିଏ ମୋଟର ସାଇକେଲ ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି,ଜିଲ୍ଳାପାଳଙ୍କ ଦ୍ୱାର ମାତୃ ଓ ଶିଶୁ ମୃତ୍ୟୁ ହାର ରୋକ୍ିବା ଦିଗରେ ଜିଳ୍ଳାସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମ କରାଯାଉଛି,ଗୋଟିଏ ମୋବାଇଲ ଆପ୍ଳିକେସନ “ଆମ ସଂକଳ୍ପ”କରାଯାଇ ଏହି ଯୋଜନାର ଆହୁରି ଉନ୍ନତି କରିବା ଇତ୍ୟାଦି ବିଷୟଗୁଡିକ ଏହି ଏକବର୍ଷ ମଧ୍ୟରେ କରାଯାଇପାରିଛି । ସମସ୍ତ ମା ଗୃହଗୁଡିକରେ ତାଲିମ ପ୍ରାପ୍ତ ଷ୍ଟାଫ୍ ନର୍ସ,ଏଏନଏମମାନଙ୍କୁ ନିଯୁକ୍ତି ଦିଆଯାଉଛି । ଜିଲ୍ଳାରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କରିବା ସହ ଅପପୃଷ୍ଟି,ରକ୍ତହୀନତା,ଚିକିସô୍ା ସେବା ଇତ୍ୟାଦିକୁ ଅପହଂଚ ଅଂଚଳଗୁଡିକରେ ପଂହାଚାଇବା ତଥା ପାରମ୍ପରିକ ଦେଶୀ ଚିକିସô୍ାକୁ ପ୍ରତିକାର କରିବା,ଘରେ ଘରେ ସ୍ୱାସ୍ଥ୍ୟ ଓ ଡାକ୍ତରୀ ସେବା ଯୋଗାଇବା,ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ତାଲିମ ପ୍ରାପ୍ତ କରାଇ ଉଚିତ୍ ସେବା ଯୋଗାଇବା ଇତ୍ୟାଦ ଏହି ଆମ ସଂକଳ୍ପ ଯୋଜନାର ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟ୍ରକମରେ ପରିବାର ନିୟନ୍ତ୍ରଣ ଯୋଜନା ଏବଂ ଆମ ସଂକଳ୍ପ ଯୋଜନାରେ ଶ୍ରେଷ୍ଠ ଦାୟିତ୍ୱ ତୁଲାଇ ଥିବା କର୍ମଚାରୀମାନଙ୍କ ଭିତରେ ଆଶା କର୍ମୀ ଆରତୀ ଶବର,ସୈାଦାମିନୀ ପାଣି,ପୁରୁଷ ସ୍ୱାସ୍ଥ୍ର୍ୟକର୍ମୀ ସୁୂରେଶ ମହାଙ୍କୁଡ,କେ.ମହୋନ ରାଓ,ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତା ପାଢୀ,ରେବତୀ ସ୍ୱାଇଁ,ପୁରୁଷ ମାନଙ୍କୁ ଜନ୍ମ ନିୟନ୍ତ୍ରଣ ପଦ୍ଧତିରେ ଡାକ୍ତର ଏସ.କେ.ସାହୁକାର,ଡାକ୍ତର ହରମୋହନ ପଣ୍ଡା,ମହିଳାମାନଙ୍କୁ ଜନ୍ମ ନିୟନ୍ତ୍ରଣ ପଦ୍ଦତିରେ ଡାକ୍ତର ପ୍ରଫୁଲ୍ଳ କୁମାର ପାଢୀ,ଏସ.କେ.ସାହୁକାରଙ୍କ ସମେତ ରାଜ୍ୟ ପୁରସ୍କାର ପାଇଥିବା ଆଶା କର୍ମୀ ରତ୍ନମାଳା ସାହୁ ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ କୃଷ୍ଣଚନ୍ଦ୍ର ସାହୁ୍ଙ୍କୁ ଏବଂ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ପୁରସ୍କାର କରାଯାଇଥିଲା ।

 

 

 

 

 

Share

Related Articles

Archives

Categories