Indus Valley Times

ଋାଜ୍ୟରେ ଇ-ରିକ୍ସା ପ୍ରଚଳନ ସ୍ୱପ୍ନରେ ରହିଲା

 Breaking News

ଋାଜ୍ୟରେ ଇ-ରିକ୍ସା ପ୍ରଚଳନ ସ୍ୱପ୍ନରେ ରହିଲା

ଋାଜ୍ୟରେ ଇ-ରିକ୍ସା ପ୍ରଚଳନ ସ୍ୱପ୍ନରେ ରହିଲା
November 29
10:39 2017

ପରିବେଶ ସନ୍ତୁଳନ ରକ୍ଷା ଲାଗି ରାଜ୍ୟର ସହାରାଚଂଳରେ ଇ-ରିକ୍ସା ଯୋଜନା ପ୍ରଚଳନକୁ ପ୍ରୋତ୍ସାହନ ଦେବା ଲାଗି ଦାବି
ଭୁବନେଶ୍ୱର,୨୯ ।୧୧ । (ସୁକାନ୍ତ କୁମାର ମହାନ୍ତି)- ଓଡିଶା ରାଜ୍ୟ ସରକାର ପରିବେଶ ସୁରକ୍ଷା ନିମନ୍ତେ ରାଜ୍ୟର ବିଭିନ୍ନ ସହରରେ ଇ-ରିକ୍ସା ଓ ଇ-କାର୍ଟ ଗାଡି ପ୍ରଚଳନ କରିବା ଲାଗି ଅନେକ ଚେଷ୍ଟା କରିଆସୁଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏ ନେଇ ଅନେକ ବୈଠକ କରିଛନ୍ତି । ଭୁବନେଶ୍ୱର ମହାନିଗମ ମଧ୍ୟ ରାଜଧାନୀରେ ଇ-ରିକ୍ସା ପ୍ରଚଳନ ପାଇଁ ଅନେକବାର ଘୋଷଣା କରିଛନ୍ତି ।
କିନ୍ତୁ ସରକାରଙ୍କ ଏହି ଉଦ୍ୟମ ଏ ପର୍ଯ୍ୟନ୍ତ ଫଳବତୀ ହୋଇପାରୁନାହିଁ । ପ୍ରୋସ୍ୱାହନ ଅଭାବରୁ ଇ-ରିକ୍ସା ବା ଇ-କାଟ ର୍ ରାଜ୍ୟରେ ଆଦୈା ବିକ୍ରି ହୋଇପାରୁ ନାହିଁ । ରାଜଧାନୀରେ କାଁ ଭାଁ ଇ-ରିକ୍ସା ଦେଖିବାକୁ ମିଳୁଛି ବୋଲି ଓଡିଶା ଇଲେକ୍ଟ୍ରିକ୍ ଭେଇକିଲ ଆସୋସିଏସନର ସଭାପତି ଡିଏସ ସଭରୱାଲ କହିଛନ୍ତି ।
ମଙ୍ଗଳବାର ଦିନ ସଂଧ୍ୟାରେ ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ସଭରୱାଲ୍ କହିଛନ୍ତି ଯେ ଯେ ସରକାରଙ୍କ ସ୍ୱପ୍ନ, ପ୍ରତିଶ୍ରୁତି ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ବହୁତ ଫରକ ରହୁଥିବାରୁ ପରିବେଶ ରକ୍ଷା ଲାଗି ନିତାନ୍ତ ଆବଶ୍ୟକ ଇ-ରିକ୍ସା ପ୍ରଚଳନ ହୋଇପାରୁନାହିଁ ।
ଇ-ରିକ୍ସା ପ୍ରଚନଳ ହେଲେ କେବଳ ପରିବେଶ ସନ୍ତୁଳନ ହେବ ତାହା ନୁହେଁ, ପେଟ୍ରୋଲ, ଡିଜେଲ୍, କିରୋସିନି ଓ ପ୍ରାକୃତିକ ବାଷ୍ପ କ୍ର୍ରୟ ବାବଦରେ ରାଜ୍ୟ ସରକାର ଯେଉଁ ପରିମାଣରେ ବୈଦେଶିକ ମୂଦ୍ରା ଖର୍ଚ୍ଚ କରୁଛନ୍ତି, ତାହା ସଂଚୟ କରିହେବ ।
ଇ-ରିକ୍ସା ଓ ଇ-କାର୍ଟ କିଣିବା ପାଇଁ ଚାହୁଁଥିବା ରିକ୍ସାଚାଳକ ଓ ଅଟୋଚାଳକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ‘ମୁଦ୍ରା’ ଯୋଜନାରେ ୠଣ ମିଳିପାରୁନାହିଁ । ଆଗ୍ରହୀ କ୍ରେତାମାନଙ୍କୁ ଜମି,କୋଠା ବା ଏଲଆଇସି ପଲିସିକୁ ବନ୍ଧକ ରଖିବା ଲାଗି କୁହାଯାଉଛି । ଗରିବ ରିକ୍ସାବାଲା ଓ ଅଟୋବାଲା ଏଭଳି ବନ୍ଧକ ଦେବାକୁ କିପରି ସକ୍ଷମ ହୋଇପାରୁନାହାଁନ୍ତି ବୋଲି ଶ୍ରୀ ସଭରୱାଲ ପ୍ରଶ୍ନ କରିଛନ୍ତି ।
ବିଜେପି ଶାସିତ ରାଜ୍ୟ ଝାରଖଣ୍ଡ, ଛତିଶଗଡ ଓ ଦିଲ୍ଲୀ ଇତ୍ୟାଦିରେ ଇ-ରିକ୍ସା କିଣିବା ଲାଗି ନଗଦ ରାଶି ରିହାତି ଭାବରେ ପ୍ରଦାନ କରୁଛନ୍ତି । ସେଇଭଳି ଓଡିଶାରେ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବା ଲାଗି ଶ୍ରୀ ସଭରୱାଲ ଦାବି କରିଛନ୍ତି ।
ଏହା ଛଡା ବ୍ୟାଙ୍କ ମାନଙ୍କର ଏକ ବୈଠକ ଡାକି ଆଗ୍ରହୀ କ୍ରେତା ମାନଙ୍କୁ କିପରି ‘ମୁଦ୍ରା’ ଯୋଜନାରେ ଋଣ ପାଇପାରିବେ ସେ ନେଇ ଉଦ୍ୟମ କରିବା ଲାଗି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ଗାଡି ପିଛା ହାଇପୋଥେକେସନ ଚାର୍ଜ ୧୦୦ ଟଙ୍କା ଥିଲା ବେଳେ, ଏବେ ଏହାକୁ ୧୫୦୦ ଟଙ୍କା କରାଯାଇଛି । ତେଣୁ ପୁନଃ ୧୦୦ ଟଙ୍କାରେ ସୀମିତ ରଖାଯାଉ । ପ୍ରତି ଗାଡି ପିଛା ଟ୍ରେଡ ଚାଜଁ ଧାର୍ଯ୍ୟ ୧୫୦୦ ଶହ ଟଙ୍କା ଅତ୍ୟନ୍ତ ଅତ୍ୟଧିକ ।
ଇ-ରିକ୍ସା ଓ ଇ-କାର୍ଟ ସାଇକେଲ ଭଳି ବିକ୍ରି ହେଉଥିବା ଏକ ଯାନ । ତେଣୁ ଏକ ସ୍ୱଳ୍ପ ଟ୍ରେଡ ଚାର୍ଜ ବା ନାମକୁ ମାତ୍ର ନିର୍ଦ୍ଧିଷ୍ଟ ଶୁକ୍ଳ ଆଦାୟ କରାଯାଉ । ଯଦି ସରକାର ପ୍ରକୃତରେ ପ୍ରଦୂଷଣକୁକ୍ତ ସହରାଞ୍ଚଳ ବା ରାଜ୍ୟ ଦେଖିବାକୁ ଚାହୁଁଛନ୍ତି । ତେବେ ଉପରୋକ୍ତ ସମସ୍ୟା ଗୁଡିକ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ଜନସାଧାରଣ ମତ ପ୍ରକାଶ ପାଉଛି ।
ଏହି ସମ୍ବାଦିକ ସମ୍ମିଳନୀରେ ଓଡିଶା ଇଲେକ୍ଟ୍ରିକ୍ ଭେଇକିଲ ଆସୋସିଏସନର ସମ୍ପାଦକ ବନ୍ଦିତ୍ ମହାନ୍ତି, ଓଡିଶାର ପ୍ରସିଦ୍ଧ ଇ-ଭେହିକିଲ ନିର୍ମାତା ଏସ୍ଇଏସ୍ ନିର୍ଦ୍ଦେଶକ ୟୋଗେଶ ଲାଠ ଓ ଅଟୋ ଚାଳକ ସଙ୍ଗଠନର ସଭାପତି ପଦ୍ମନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Share

Related Articles

Archives

Categories