Indus Valley Times

ମା ମସଲା ତୃତୀୟ ଟେକ୍ସଟାଇଲ୍ କପ-୨୦୧୮

 Breaking News

ମା ମସଲା ତୃତୀୟ ଟେକ୍ସଟାଇଲ୍ କପ-୨୦୧୮

February 13
21:12 2018

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୧୩ ।୨ : ଚଳିତବର୍ଷ ମା ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆଜି ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍ରେ ଷ୍ଟ୍ରାଇକର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୮୬ ରନ୍ କରିଥିବା ବେଳେ ଜବାବରେ ସୁପର ଷ୍ଟାର ୫ ଓଭରରେ ୭୬ ରନ କରିଥିଲେ । ମ୍ୟାଚ୍ଟିକୁ ଷ୍ଟ୍ରାଇକର ୧୦ ରନ୍ରେ ଜିତିଥିବା ବେଳେ ଦଳର ଫାଲ୍ଗୁନି ସ୍ୱାଇଁ ୨୫ ରନ ଏବଂ ୪ ୱିକେଟ ନେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ଦ୍ୱିତୀୟ ମ୍ୟାଚ୍ରେ ଡ଼େୟାର ଡେଭିଲ୍ ଦଳ ନିର୍ଦ୍ଧାରିତ ୮ ଓଭରରେ ୮୮ ରନ କରିଥିବା ବେଳେ ଜବାବରେ ୱାରିଅର ଦଳ ୭.୪ ଓଭରରେ ୯୦ ରନ କରି ମ୍ୟାଚ୍ଟି ଜିତିଥିବା ବେଳେ ଦଳର ସୌମ୍ୟ ସାମଲ ୬୨ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।
ତୃତୀୟ ମ୍ୟାଚ୍ରେ ଟାଇଟନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭୧ ରନ କରିଥିବା ବେଳେ ଜବାବରେ ନାଇଟ ରାଇଡ଼ର ଦଳ ୮ ଓଭରରେ ୫୩ ରନ କରି ହାରି ଯାଇଥିଲେ । ଟାଇଟନ ଦଳର ସୁଲେମାନ ଖାନ୍ ୨୦ ରନ କରି ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Tags
Share

Related Articles

Archives