Indus Valley Times

ରଦ୍ଦ ହେବନି ଯୋଗେଶଙ୍କ ବିଧାୟକ ପଦ, ସୁପ୍ରୀମ୍ କୋର୍ଟଙ୍କ ରହିତାଦେଶ

 Breaking News

ରଦ୍ଦ ହେବନି ଯୋଗେଶଙ୍କ ବିଧାୟକ ପଦ, ସୁପ୍ରୀମ୍ କୋର୍ଟଙ୍କ ରହିତାଦେଶ

February 13
21:18 2018

ସରୋଜ କୁମାର ବେହେରା
ଭୁବନେଶ୍ୱର,୧୩ ।୨ । : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ବଡ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ଦିନ ସୁପ୍ରୀମ୍ କୋର୍ଟ ତାଙ୍କ ବିଧାନସଭା ସଭ୍ୟପଦକୁ କାଏମ ରଖିଛନ୍ତି ।
ନିର୍ବାଚନ ବେଳେ ଭୁଲ ତଥ୍ୟ ଦାଖଲ କରିଥିବା ଅଭିଯୋଗରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଦେିଥିଲେ । ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯୋଗେଶ ।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏ .କେ. ସିକ୍ରୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ମାମଲା ଉପରେ ଶୁଣାଣି କରି ରହିତାଦେଶର ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଯୋଗେଶଙ୍କ ବିଧାୟକ ପଦ ବଳବତ୍ତର ରହିବ ବୋଲି ଅଦାଲତ କହିଛନ୍ତି ।
ଏଥିସହିତ ଦୁଇ ପ୍ରତିପକ୍ଷ ସହଦେବ ଖାକା ଓ ଅଜୟ ପଟେଲଙ୍କୁ ନୋଟିସ ଜାରି କରିଛନ୍ତି । ଯୋଗେଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।
୨୦୧୪ ନିର୍ବାଚନ ସମୟରେ ଯୋଗେଶ ଭୁଲ୍ ଜାତିଗତ ପ୍ରମାଣ ଦେଇ ସୁନ୍ଦରଗଡ଼ ସଂରକ୍ଷିତ ବିଧାନସଭା ଆସନରେ ଲଢ଼ିଥିବା ନେଇ ହାଇକୋର୍ଟ ପିଟିସନ ଦାଖଲ କରିଥିଲେ ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ସ୍ଥାନୀୟ ଭୋଟର ଅଜୟ ପଟେଲ ।
ଉଭୟ ଆବେଦନରେ ଦର୍ଶାଇଥିଲେ, ଯେଗେଶ ସିଂ ଆଦିବାସୀ ସମ୍ପ୍ରଦାୟର ନୁହଁନ୍ତି । ଭୁଲ୍ ଜାତିଗତ ପ୍ରମାଣପତ୍ର ନେଇ ନିର୍ବାଚନ ଲଢ଼ିଥିଲେ । ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ । ଉପରୋକ୍ତ ଦୁଇଟି ଯାକ ମାମଲାର ଚୂଡାନ୍ତ ଶୁଣାଣି କରି ହାଇକୋର୍ଟ ଯୋଗେଶଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ଭକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ।

 

Related Articles

Archives