Indus Valley Times

ମୂଲ୍ୟବାନ ବନଜାତ ଦ୍ରବ୍ଯ ଲାଖ ଚୋରା ଚାଲାଣ ବେଳେ ମାଡ଼ି ବସିଲେ ଦେଓଗାଁ ଜଙ୍ଗଲ ବିଭାଗ

 Breaking News

ମୂଲ୍ୟବାନ ବନଜାତ ଦ୍ରବ୍ଯ ଲାଖ ଚୋରା ଚାଲାଣ ବେଳେ ମାଡ଼ି ବସିଲେ ଦେଓଗାଁ ଜଙ୍ଗଲ ବିଭାଗ

October 14
12:04 2023

4 persons held by Deogaon forest range officials for illegal transportation of forest produce

By Mahendra Darjee

ବଲାଙ୍ଗୀର, Oct. 14/2023: ଡିଏଫ୍ଓ ନୀତିଶ କୁମାର ଙ୍କ ବଳିଷ୍ଠ କାର୍ଯ୍ୟ ଦକ୍ଷତା ଯୋଗୁଁ ଜଙ୍ଗଲ ମାଫିଆ ଙ୍କ ନିଦ ହଜିଯାଇଛି। ବଲାଙ୍ଗୀର ଡିଏଫ୍ଓ ଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମରୁ ଲାଖ ସଂଗ୍ରହ କରାଯାଇ ବନ୍ଧପଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଜୋର୍ ଗ୍ରାମକୁ ଯାଉଥିଲା।

ବଲାଙ୍ଗୀର ଡିଏଫ୍ଓ ଦେଓଗାଁ ରେଞ୍ଜ ଅଧିକାରୀ ଯୁଧିଷ୍ଟିର ଜାଲ ଙ୍କୁ ଉକ୍ତ ଖବର ଦେବା ସହ ନିର୍ଦ୍ଦେଶ ଦେଇଥିଲେ।ଦେଓଗାଁ ରେଞ୍ଜର ଙ୍କ ତତ୍ତ୍ଵାବଧାନରେ ଦେଓଗାଁ ଫରେଷ୍ଟର ବ୍ୟାସଦେବ ସାହୁ ଓ ତାଙ୍କ ରେଞ୍ଜ ପାରା ଷ୍ଟାଫ୍ ମିଶି ଦେଓଗାଁ ଭୂତିଆରବାହାଲ ରାସ୍ତାରେ ଚୋର ଙ୍କୁ ଧରିବା ପାଇଁ ଜାଲବିଛାଇ ବସିଥିଲେ। ଏହି ସମୟରେ ୨ଟି ବାଇକ୍,ଓ ଆର ୦୩ ଇ ୫୪୩୨ ପେସନ୍ ପ୍ଲସ, ଓ ଡି ୦୩ ଆର ୪୬୧୦ ଏଚ ଏଫ୍ ଡିଲକ୍ସ ରେ ୪ ଜଣ ଅଭିଯୁକ୍ତ  ଯାହାର ନାମ ତୀର୍ଥ ଘିବେଲା,ରତନ ପରାଭୋଏ,ପ୍ରଦୀପ ବାଗ, ସୁକମନି ମନହିରା ସମସ୍ତେ ବ୍ରାହ୍ମଣୀ ଜୋର୍ ଗ୍ରାମର ବାସିନ୍ଦା ଏହି ରାସ୍ତା ଦେଇ ଯାଉଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦେଖି ସେମାନେ ଲାଖ ଏବଂ ଗାଡ଼ିକୁ ଛାଡ଼ି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଫରେଷ୍ଟ ଷ୍ଟାଫ୍ ଏମାନଙ୍କୁ ମାଡ଼ି ବସିଥିଲେ।

ତାଙ୍କ ପାଖରୁ ୨ ଟି ବାଇକ୍,ଲାଖ ୯୧ କେଜି, ଲୁହାକତା ୨ ଗୋଟି,ତାବଲି ୧ ଗୋଟି,ଟାଙ୍ଗିଆ ୧ ଗୋଟି,ଜବତ କରିଥିଲେ।ଜବତ ସାମଗ୍ରୀ କୁ ଦେଓଗାଁ ରେଞ୍ଜ ରେ ରଖି ଏହି କେସ ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ରଖି ପଚରା ଉଚରା ଚାଲିଛି।ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ।ଜଙ୍ଗଲ ବିଭାଗର ଦାୟିତ୍ବ ହୀନତା ପାଇଁ ଅନେକ ମୂଲ୍ୟବାନ ବନଜାତ ଦ୍ରବ୍ଯ ଚୋରା ଚାଲାଣ ହେଉଛି।ଜଙ୍ଗଲ ସୁରକ୍ଷା ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କ ନାକ ତଳୁ ଜଙ୍ଗଲ କୁ ଉଜାଡି ଦେଉଥିବା ମାଫିଆ ଙ୍କ ସୂଚନା କେମିତି ଜାଣି ପାରୁନାହାନ୍ତି ଏକ ପ୍ରଶ୍ନବାଚୀ ।ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ବିଭାଗ ମୁଖ୍ୟ ଡି ଏଫ୍ ଓ ଙ୍କ ପାଖକୁ ଜଙ୍ଗଲ ଚୋର ସମ୍ପର୍କିତ ତଥ୍ୟ ଆସୁଥିଲେ ସୁଦ୍ଧା ଅନେକ ବନ କର୍ମଚାରୀ ଖବର ପାଉ ନ ଥିବା ସନ୍ଦେହ ସୃଷ୍ଟି ହେଉଛି।ବଲାଙ୍ଗୀର ଡି ଏଫ୍ ଓ ଙ୍କ କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031