Indus Valley Times

ବାଲେଶ୍ୱର: ଖାନନଗର ପଂଚାୟତ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

 Breaking News

ବାଲେଶ୍ୱର: ଖାନନଗର ପଂଚାୟତ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

August 15
19:43 2022


76TH Independence Day observed at Khannagar Gram Panchayat

ସୁଦାମ କୁମାର ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ଅଗଷ୍ଟ ୧୫/୨୦୨୨: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଖାନନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅଞ୍ଜନ କୁମାର ନାୟକଙ୍କ ସଭାପିତ୍ବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାଉଁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ୭୬ ତମ ସ୍ୱାଧୀନତା ଦିବସ ଉଦ୍ଘାଟିତ ହୋଇଯାଇଛି । ଏ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମୋହତ୍ସେ|ବ ପାଳନ କରିଛି, ଯାହାର ଝଲକ ଖାନନଗର ପଂଚାୟତ ରେ ଦେଖିବାକୁ ମିଳିଛି ।ହରି ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜ ର ଅଧ୍ୟକ୍ଷ ସଂଗ୍ରାମ କୁମାର ଦାସ ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିବାବେଳେ ରେମୁଣା ବ୍ଲକ୍ ଚେୟାର ମ୍ୟାନ ରାଜେନ୍ଦ୍ର କୁମାର ରାଉତ ସମ୍ମାନିତ ଅତିଥି, ସଦର ବ୍ଲକ ଚେୟାର ମ୍ୟାନ ସୁନୀତା ବେହେରା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ l
କୁରୁଡା ସରପଞ୍ଚ ତାପସ କୁମାର ପାଣିଗ୍ରାହୀ ସ୍ବାଧିନତା ଦିବସ ଉପଲକ୍ଷେ ନିଜଭିତରେ ରାଗ, ଅଭିମାନ ତ୍ୟାଗ କରିବାକୁ ପରାମର୍ଶ ଦେଇଥିବାବେଳେ ରେମୁଣା ବ୍ଲକ୍ ଚେୟାରମେନ ମହାପୁରୁଷ ମାନଙ୍କ ର ବଳିଦାନ କୁ ମନେ ପକାଇଥିଲେ । ମହାତ୍ମା ଗାନ୍ଧି, ସୁଭାଷ ବୋଷ କେତେ ଦୁଃଖ, କଷ୍ଟ ସହି ଦେଶକୁ ସ୍ବାଧିନତା ଆଣିଥିଲେ ସେ ସବୁକୁ ମନେ ପକାଇଥିଲେ।
ଖାନନଗର ପଂଚାୟତ ସମିତି ସଭ୍ୟା ରଶ୍ମି ରେଖା ଦାସ ଶୁଦ୍ଧ ମନଭାବ ନେଇ କାମ କଲେ ଜଣେ ସାଧାରଣ ଲୋକ ଉଚ୍ଚ ପଦରେ ପହଞ୍ଚି ପାରିବ ତାର ବଡ଼ ଉଦାହରଣ ଓଡ଼ିଶା ର ନାରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିପରି ମହାମହିମ ରାଷ୍ଟ୍ର ପତି ପଦ ମଣ୍ଡନ କରି ସାରା ଓଡ଼ିଶାର ନାମ କୁ ଉଜ୍ଜଳ କରିଲେ ସେ କଥା କହିଥିଲେ ।
ନାରୀ ନେତ୍ରୀ ତଥା ସୋୟଙ୍ଗ ସହାୟକ ଗୋଷ୍ଠୀର ମୁଖ୍ୟ ସଂଗଠକ ଶ୍ରୀମତୀ ଅଳକା ଶତପଥୀ ଦେଶ ପାଇଁ କିଛି କରିବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ ।
ପଂଚାୟତର ବରିଷ୍ଠ ବ୍ୟକ୍ତି ବଙ୍କ ବିହାରୀ ବେହେରା ସ୍ୱାଧିନତାର ଅର୍ଥ ବୁଝାଇ ଥିଲେ ।
ବାନପରିଆ ସ୍ଥିତ ଲକ୍ଷ୍ମୀ ଅଗ୍ରୋ ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଅଗରୱାଲ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ଏତଦ୍ ଭିନ୍ନ ଯୁବ ଆଇନ ଜିବୀ ପ୍ରଦୀପ ଦାସ, ଖାନନଗର ର ନାଏବ ସରପଞ୍ଚ ,ଯୁବ ସଂଗଠକ ବାବୁ ନନା, ବୁନି ନନା, ବାଲେଶ୍ୱର ବିଜୁ ଯୁବ ଜନତା ଦଳ ର ସଂଗଠନ ସମ୍ପାଦକ ତଥା ପଂଚାୟତର ଅତ୍ୟନ୍ତ ପ୍ରିୟ , ଦରଦୀ ଯୁବକ, ସମସ୍ତଙ୍କ ର ଆଦର ର ପାତ୍ର ଅମ୍ବିକା ପ୍ରସାଦ ନାୟକ, ବରିଷ୍ଠ ବ୍ୟୋକ୍ତି ବିଶେଷ ଏବଂ ସର୍ବପରି ପାଖା ପାଖି ପଂଚାୟତ ଗେଙ୍ଗୁଟି ଓ କୁରୂଡା ର ଜନ ସାଧାରଣ ଯୋଗଦେଇଥିଲେ। ।
ଅବିଭକ୍ତ ଗେଙ୍ଗୁଟି ପଞ୍ଚାୟତ ର ଏହା ପ୍ରଚଣ୍ଡ ଜନ ସଭା କହିଲେ କିଛି ଭୂଲ ହେବା ନାହିଁ। ପାଖାପାଖି ୨୦୦-୨୫୦ ଲୋକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031