Indus Valley Times

ସୋର କନ୍ୟାଶ୍ରମରେ ବ୍ୟାପିଲା ମସ୍ତିଷ୍କ ଜ୍ୱର, ୫ ଛାତ୍ରୀ ଆକ୍ରାନ୍ତ

 Breaking News

ସୋର କନ୍ୟାଶ୍ରମରେ ବ୍ୟାପିଲା ମସ୍ତିଷ୍କ ଜ୍ୱର, ୫ ଛାତ୍ରୀ ଆକ୍ରାନ୍ତ

ସୋର କନ୍ୟାଶ୍ରମରେ ବ୍ୟାପିଲା ମସ୍ତିଷ୍କ ଜ୍ୱର, ୫ ଛାତ୍ରୀ ଆକ୍ରାନ୍ତ
February 20
11:18 2023

ବାଲେଶ୍ବର/ସୋର,୨୦/୨: ସୋର ପୁରୁବାଈ କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦେଵ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, କନ୍ୟାଶ୍ରମର ଅସୁସ୍ଥ ଥିବା ଅନ୍ୟ ୨୯ଜଣ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୫ଜଣ ଜାପାନୀଜ ଏନସେଫାଲାଇଟିସ(ମସ୍ତିଷ୍କ ସଂକ୍ରାମକ ରୋଗ) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ସେପଟେ ଏ ରୋଗ ସେଠାରେ ବ୍ୟାପିବାର କାରଣ ସମ୍ପର୍କରେ ଜାଣିବା ଏବଂ ତାର ମୁକାବିଲା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ସୋର ପୁରବାଇ କନ୍ୟାଶ୍ରମରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଓ ୨୯ଜଣ ଅସୁସ୍ଥ ହେବା ଘଟଣାରେ ଗତକାଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଆଶ୍ରମ ଓ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି।
ସୂଚନା ଅନୁସାରେ ଗତ ଗୁରୁବାର ରାତିରେ ୩ ଜଣ ଅନ୍ତେବାସୀନୀ ବାନ୍ତି କରିଥିଲେ । ଆଶ୍ରମ ତରଫରୁ ସେମାନଙ୍କୁ ସୋର ଡାକ୍ତର ଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳଗିରି ଅଂଚଳର ଜଣେ ଛାତ୍ରୀ ମୃତ୍ୟୁବରଣ କରିଥିଲେ।
ଉକ୍ତ ଘଟଣା ପରେ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ଓ ସ୍ଥାନୀୟ ପ୍ରଶାସନ ଆଶ୍ରମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ଡ଼ାକ୍ତରି ଟିମ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ପରେ ୨୬ ଜଣ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମଧ୍ୟ ସନ୍ଧ୍ୟାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।
ଉକ୍ତ ଘଟଣାକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡ଼. ନିରଞ୍ଜନ ମିଶ୍ରଙ୍କ ସମେତ ଜଏନ ଡ଼ାଇରେକ୍ଟର ଡ଼. ଅଶୋକ ପଢ଼ିହାରୀ, ଡ଼ି ପି ଏଚ ଓ ଡ଼. ମୃତ୍ୟୁଞ୍ଜୟ ମିଶ୍ର, ଏଡି ଏମଓ ଡ଼. ଏସ ଏସ ଚୌଧୁରୀ, ଏପିଡେମୋଲୋଜିଷ୍ଟ ଡ଼. ଅରୁପ ଅଭିଷେକ, ଡ଼ିଏସଭି ବିଶ୍ୱେଶ୍ୱର ନନ୍ଦ, ଭି ବି ଡି କନସଲଟ ଆଲୋକ ପତି ପ୍ରମୁଖ ପୁରବାଇ କନ୍ୟାଶ୍ରମ ଓ ସୋର ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅନ୍ତେବାସିନୀ ମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଘଟଣାର ତଦାରଖ କରିଥିଲେ। ଅନ୍ତେବାସୀମାନଙ୍କର କେଉଁ କାରଣରୁ ଜ୍ବର ଓ ବାନ୍ତି ହେଲା ରକ୍ତ ପରୀକ୍ଷା ଓ ଖାଦ୍ୟ ପରୀକ୍ଷାର ରିପୋର୍ଟ ଆସିଲେ ଜଣାପଡିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଏହି କନ୍ୟାଶ୍ରମରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ଘଟୁଥିବା ବେଳେ ପରିସର ଅପରିଷ୍କାର ରହିବା ଓ ପିଲା ମାନଙ୍କୁ ଅବ୍ୟବସ୍ଥାରେ ରଖାଯିବା ସହିତ ଦିଆଯାଉଥିବା ଖାଦ୍ୟ ଓ ପାଣିର ମାନ ନିମ୍ନ ମାନର ଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚା ହେଉଛି।ତିନିଦିନ ଧରି ଛାତ୍ରୀମାନଙ୍କୁ ଥଣ୍ଡା ଜ୍ୱର ହୋଇଥିବା ବେଳେ କେଉଁ କାରଣରୁ ଉପଯୁକ୍ତ ସମୟରେ ସେମାନଙ୍କର ଚିକିତ୍ସା କରାଯାଇନଥିଲା ଏ ସମ୍ପର୍କରେ ଆଶ୍ରମର ଅଧକ୍ଷା ସୁମତି ମହାନ୍ତି କିମ୍ବା ଅନ୍ୟ କୌଣସି ଅଧିକାରୀ ମତାମତ ରଖିନଥିବା ବେଳେ ଉକ୍ତ ଛାତ୍ରୀଙ୍କର ମୃତ୍ୟୁ ଓ ଅନ୍ୟମାନେ ଅସୁସ୍ଥ ହେବ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031