Indus Valley Times

ଆସୁଛି ପଶ୍ଚିମା ଝଡ, ୧୫ରୁ ୧୮ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 Breaking News

ଆସୁଛି ପଶ୍ଚିମା ଝଡ, ୧୫ରୁ ୧୮ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

March 14
19:00 2023

ଭୁବନେଶ୍ୱର,୧୪/୩: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି (୧୫ ମାର୍ଚ୍ଚ/ ବୁଧବାର) ଠାରୁ ରାଜ୍ୟର ପାଗ ବଦଳିବ। ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୫ ତାରିଖରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।ଇୟଗ୍ଦ ଭଚ୍ଚ
୧୬ ତାରିଖ ଆଡ଼କୁ ପବନର ବେଗ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୪୦ରୁ ୫୦ କିମିରେ ପହଞ୍ଚିବ। ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ତମାମ ରାଜ୍ୟରେ ବର୍ଷା ଓ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।
ପାଣିପାଗ କେନ୍ଦ୍ର କହିଛି ଯେ ପଶ୍ଚିମା ଝଡ଼ ସହିତ ଜଡ଼ିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ୍ଲାଇନ୍, ବାୟୁମଣ୍ଡଳର ନିମ୍ନଭାଗରେ ଥିବା ଜଳୀୟବାଷ୍ପପୂର୍ଣ୍ଣ ପୂର୍ବ ଦିଗରୁ ପ୍ରବାହିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ଵାରା ପାରିସ୍ପରିକ କ୍ରିୟା ଯୋଗୁଁ ରାଜ୍ୟରେ ବର୍ଷା ହେବ।
୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031