Indus Valley Times

ବାଲ୍ୟବିବାହ ନିରାକରଣ ନେଇ ସଚେତନତା ଶୋଭାଯାତ୍ରା

 Breaking News

ବାଲ୍ୟବିବାହ ନିରାକରଣ ନେଇ ସଚେତନତା ଶୋଭାଯାତ୍ରା

ବାଲ୍ୟବିବାହ ନିରାକରଣ ନେଇ ସଚେତନତା ଶୋଭାଯାତ୍ରା
April 23
10:54 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୪ ବୌଦ୍ଧ ଜିଲ୍ଲା ସମାଜମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟନିରାକରଣ ପାଇ ଶୁକ୍ରବାର ଦିନ ଏକ ସଚେତନତା ଶୋଭଯାତ୍ରା ସହରରେ ଅନୁଷ୍ଠିତ ହୋଇଥିଲା । ଏହି ଶୋଭଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି କୃଷକ ବଜାର ପର୍ଯ୍ୟନ୍ତ ଯାଇଥିଲା ।
ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ, ୱାନ ଷ୍ଟପସେଣ୍ଟର କର୍ମଚାରୀ, ଚାଇଡଲାଇନ କର୍ମଚାରୀ , ବୌଦ୍ଧ ଓ ହରଭଙ୍ଗା ବ୍ଳକର ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ବୌଦ୍ଧ ସିଡିପିଓ , ସ୍ୱଧାର ଗୃହର କର୍ମଚାରୀ ଯୋଗ ଦେଇ ବାଲ୍ୟବିବାହ ନିରାକରଣ ପାଇଁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତୀ ବଳିଆରସିଂ, ଜିଲ୍ଲା ଆକ୍ସନଏଡ ବାଲ୍ୟବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ, ଆଇନଜୀବୀ ଅମ୍ରିତ ପ୍ରଧାନ, ପୋଗ୍ରାମ ଅଫିସର ଗୀତାରାଣୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସଚେତନତା ଶୋଭଯାତ୍ରା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।
ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ ଶିବିର
ବୌଦ୍ଧ,୨୩/୪ : ଦ୍ୱିତିୟ ପର୍ଯ୍ୟାୟ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ପ୍ରଶିକ୍ଷଣ ଶିବିର ୧୮ ଅପ୍ରେଲ ଠାରୁ ୨୦ ଅପ୍ରେଲ ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଖଣି ଇ୍ଳାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ତିନୋଟି ବ୍ଲକ ବୁଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଗଣନାକାରୀଙ୍କ ଦ୍ୱାରା ସଠିକ୍ ଓ ନିର୍ଭୁଲ ଭାବରେ ଗଣନା କାର୍ଯ୍ୟ ଯେପରି ସଂପାଦିତ ହେବ ସେଥିପାଇଁ ଦିଗଦର୍ଶନ ଦେଇଥିଲେ ।ପ୍ରଥମ ପ୍ରଶିକ୍ଷଣ ଅପ୍ରେଲ ୪ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ମଇ ମାସ ୧ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାର‌୍ୟ୍ୟକାରୀ ହେବାକୁଥିବା ପଛୁଆବର୍ଗ ଜନଗଣନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ । ଓଡିଶାରେ ଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ସ୍ପଷ୍ଟ ଚିତ୍ର ହାସିଲ କରିବା ଏହି ସର୍ଭେର ମୂଳ ଲକ୍ଷ ବୋଲି ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା ମତବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଏହି ସର୍ଭେ ମାଧ୍ୟମରେ ପଛୁଆବର୍ଗ ଲୋକଙ୍କ ବୃତ୍ତି , ଶିକ୍ଷାଗତ ଯୋଗ୍ୟତା ସହିତ ପରିବାରର ଲୋକମାନେ କେଉଁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି ସେ ସଂପର୍କରେ ସୂଚନା ମିଳିବା ଦ୍ୱାରା ସେମାନଙ୍କ ସାମାଜିକ ,ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ଠିକ୍ ତଥ୍ୟ ପ୍ରାପ୍ତ ହୋଇପାରିବ ।
ଏହି ସର୍ଭେ କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳରେ ଏବଂ ଏନଏସିରେ ଅଙ୍ଗନବାଡି କର୍ମୀ,ଟେକ୍ସ କଲେକ୍ଟର ଏବଂ ୱାର୍ଡ ଅଫିସରମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ, ଏମାନେ ପରିବାର ସଦସ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଆଇସିଆର ସର୍ଭେ ଫର୍ମ ପୂରଣ କରିବେ, ଗ୍ରାମାଞ୍ଚଳ ରେ ଆଇସିଡିଏସ ସୁପର ଭାଇଜର,ମାର୍କେଟିଂ ଇନସପେକ୍ଟର, ଜିପିଇଓ,ବିଏସଏସ ମାନଙ୍କୁ ସୁପରଭାଇଜର ଭାବରେ ନିଯୁକ୍ତି କରାଯାଇଛି ।
ଜଣେ ସୁପରଭାଇଜର ଅଧିନରେ ସର୍ବାଧିକ ୧୦ ଜଣ ଏନୁମରେଟର କାର୍ଯ୍ୟ କରିବେ,ସର୍ଭେ ସମୟରେ ଏନୁମରେଟରମାନେ ଛୁଟିଦିନ ସମେତ ପ୍ରତ୍ୟେକଦିନ ସର୍ଭେ ସେଣ୍ଟରରେ ଉପସ୍ଥିତ ରହିବେ,ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟ କ୍ରମରେ ସର୍ଭେ କାର୍ଯ୍ୟ ପାଇଁ ବ୍ଲକ ଏବଂ ଏନଏସିରେ ମାଷ୍ଟର ଟ୍ରେନର ଚିହ୍ନଟ କରାଯାଇ ସେମାନଙ୍କ ଦାୟିତ୍ୱ ,ସର୍ଭେ ଫର୍ମ ସମ୍ବନ୍ଧରେ ବିସ୍ତୃତ ସୂଚନା,ଫର୍ମର ବ୍ୟବହାର,ଠିକ୍ କୋଡ୍ ସହିତ ଫର୍ମ ପୂରଣ କରିବା ଆଦି ବିଷୟରେ ଶିକ୍ଷା ଦିଆଯାଇଛି ।
ପଛୁଆବର୍ଗ ଜନସାଧାରଣଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉଥାନ ପାଇଁ ରାଜ୍ୟ ସରକାର ଏହି ସର୍ଭେ କାର‌୍ୟ୍ୟକୁ ସୂଚାରୂରୂପେ ତଥା ଠିକ୍ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମେଣ୍ଢିମାଳ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ବୌଦ୍ଧ,୨୩/୪: ବୌଦ୍ଧ ବ୍ଲକ ବଘିଆପଡ଼ା ପଂଚାୟତ ମେଣ୍ଢିମାଳ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ମେଣ୍ଢିମାଳର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି,ଏହି ଉତ୍ସବ ରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ବ ରେ ସଭା କାର‌୍ୟ୍ୟ ପରିଚାଳିତ ହୋଇଥିଲା, ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ବଘିଆପଡା ସିଆରସିସି ବିଜୟ କୁମାର ଭୋଇ, ସମ୍ମାନିତ ଅତିଥି ଭାବରେ ଏସ ଏମ ସି ସଭାପତି ମକୁନ୍ଦ କଂହର, ଆଲୁମିନି ସଭାପତି ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ ।
କାର୍ଯ୍ୟ କ୍ରମ କୁ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ, ସହକାରୀ ଶିକ୍ଷକ ସରୋଜ କୁମାର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ,ଦଶମ ଶ୍ରେଣୀ ର ଛାତ୍ରୀ ବନେଶ୍ୱରୀ କଂହର ଚମ୍ପିୟାନ ହୋଇଥିଲେ । କାର୍ଯ୍ୟ କ୍ରମ କୁ କ୍ରୀଡା ଶିକ୍ଷକ ସରୋଜ କୁମାର ସ୍ୱାଇଁ, ସୁଭାଷିନୀ ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ସହଯୋଗ କରିଥିଲେ କ୍ଷ

ମିଳିତ ଅମଲା ମଞ୍ଚ ପକ୍ଷ ରୁ ଗ୍ରେଡ଼ ପେ ବୃଦ୍ଧି ଦାବି ରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୩/୪: ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସାଙ୍ଗଠନିକ ସଭା ର ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜ଼ିଲ୍ଲାରେ ଜ଼ିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷ ରୁ ଗ୍ରେଡ଼ ପେ ବୃଦ୍ଧି ଦାବି ରେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ବୌଦ୍ଧ ଜ଼ିଲ୍ଲାର ଶତାଧିକ ଅମଲା ଏକ ବିରାଟ ଶୋଭାଯାତ୍ରାରେ ସଦର ମହକୁମା ସ୍ଥିତ ସର୍କିଟ ହାଉସ ରୁ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କୁ ଦାବିପତ୍ର ପ୍ରଦାନ କରି ଥିଲେ, ବିଗତ ୨୦୧୭ ରୁ ଅମଲାମାନେ ସ୍ନାତକ ଯୋଗ୍ୟତା ଭିତିକ ଓ କମ୍ପୁଟର ଜ୍ଞାନ ଆଧାରରେ ଜ଼ିଲ୍ଲା ସ୍ତରୀୟ କନିଷ୍ଠ ସହାୟକଙ୍କ ଦରମା ଗ୍ରେଡ଼ ପେ ୪୨୦୦ ଲେବୁଲ-୯ ଦାବି କରିଆସୁଥିଲେ ହେଁ ମଧ୍ୟ ସରକାର ନିରବ ଦ୍ରଷ୍ଟା ଓ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଅମଲାମାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ କାଳକ୍ରମେ ଆନ୍ଦୋଳନାତ୍ମକ ମନୋଭାବ ସୃଷ୍ଟି ହେବା ପାଇଁ ବାଧ୍ୟ ହେଉଛନ୍ତି ।
ଯଦି ଆଗାମୀ ଏପ୍ରିଲ ମାସ ଶେଷ ସୁଦ୍ଧା ସରକାର ଦାବି ପୂରଣ ନ କରନ୍ତି ତାହାହେଲେ ପରବର୍ତ୍ତୀ ସମୟରେ ଜ଼ିଲ୍ଲାର ସମସ୍ତ ବର୍ଗର ଅମଲାମାନେ ରାଜ୍ୟ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ସାମୁହିକ ଛୁଟି ସହିତ ଦୁର୍ବାର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ । ଆଜି ଶୋଭା ଯାତ୍ରା ରେ ଜ଼ିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ, ଜିଲ୍ଲା ଆବାହକ ସୁଦାମ ଚରଣ ମିଶ୍ର, ରାଜେନ୍ଦ୍ର ମହାପାତ୍ର, ରାଜ ଗୋପାଳ ମହାପାତ୍ର, ସୁପ୍ରଭା ପ୍ରଧାନ, ଲକ୍ଷ୍ମୀ ନାରାୟଣ ବଳିଆର ସିଂ, ଭିକାରୀ ଝାଙ୍କର, ନିରଞ୍ଜନ ପାଢ଼ୀ, କୁଳମଣି ପ୍ରଧାନ, ଶତ୍ରୁଜିତ୍ ମହାପାତ୍ର, ପ୍ରେମାନନ୍ଦ ମେହେର,ସରୋଜ ବେହେରା, ସଂଜୀବ ବସ୍ତିଆ, ଦିଲ୍ଲୀପ ମେହେର,ସୁଜିତ୍ ମିଶ୍ର,ପାଣ୍ଡବ ବେହେରା, ଗୀତାଞ୍ଜଳି ନନ୍ଦ, ପ୍ରତିମା ପାଣିଗ୍ରାହୀ, ସ୍ନେହଲତା ଦେହୁରୀ, ସଞ୍ଜୀବ ଗୁରାଣ୍ଡି, ପ୍ରିତି ରଂଜନ ମହାଲିଙ୍ଗ, ପ୍ରହଲ୍ଲାଦ ମିର୍ଦ୍ଧା, ଲୋକନାଥ ମେହେର, ମନ୍ତୁ ପୁଟେଲ, ସରିତା ଦଲାଲ, ହାଡ଼ିବନ୍ଧୁ ମିର୍ଦ୍ଧା, ଅଶୋକ ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ମେହେର ପ୍ରମୁଖ ସମସ୍ତ ଜ଼ିଲ୍ଲାସ୍ତରୀୟ ଅମଲା ସଂଘର ଉପଦେଷ୍ଟା, ଅଧକ୍ଷ, ସଭାପତି, ସମ୍ପାଦକ, କୋଷାଧକ୍ଷଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031