Indus Valley Times

ରାଜଧାନୀରେ ପୁଣି ରକ୍ତର ଛିଟା, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

 Breaking News

ରାଜଧାନୀରେ ପୁଣି ରକ୍ତର ଛିଟା, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ରାଜଧାନୀରେ ପୁଣି ରକ୍ତର ଛିଟା, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ
May 24
10:45 2023

ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।
ମୃତକ ସୁଶାନ୍ତ ନାୟକ ଭୋର ୪ଟା ସମୟରେ ତାଙ୍କ ସ୍ତ୍ରୀଙ୍କୁ ଚାକିରୀରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସୂଚନା ରହିଛି ଯେ ସୁଶାନ୍ତଙ୍କ ନାବାଳିକା ଝିଆରୀକୁ ମାସେ ପୂର୍ବରୁ ଅସଦାଚରଣ କରିଥିଲେ ସୁଜିତ।
ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏହି ବିବାଦ ଯୋଗୁ ସୁଜିତ ସୁଶାନ୍ତଙ୍କୁ ହତ୍ୟା କରିଥିବା ସୁଶାନ୍ତଙ୍କ ମାଆ ଅଭିଯୋଗ ଆଣି ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ଅନ୍ୟପକ୍ଷେ ସୁଜିତ୍ ନାୟକ ଓ ତାର ପରିବାର ଲୋକ ଘଟଣା ଘଟାଇ କେଉଁଆଡ଼େ ଫେରାର ଅଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031