Indus Valley Times

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ

 Breaking News

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ
June 03
22:24 2023

କ଼ମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୬ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ନର୍ସିଂ ଟ୍ରେନିଂ ସେଣ୍ଟରରେ ଅଧ୍ୟକ୍ଷ ପ୍ରଜ୍ଞା ରଥଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ରିସୋର୍ସ ପର୍ସନ ଭାବେ ଟ୍ରେନିଂ ସେଣ୍ଟରର ସୌଭାଗ୍ୟ ସାର ଓ ନିହାରବାଳା ମାଡାମ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସ୍ବେଛାସେବୀ ସୁଧିର ଦୀପ ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନାମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଜହ୍ନାପଙ୍କ ସ୍ଥିତ ସ୍ଵଧୟ କୋଚିଂ ସେଣ୍ଟରର ୧୦୦ ଜଣ ଯୁବକ ଯୁବତୀ ମାନଙ୍କୁ ନେଇ ଅଶୋକ କୁମାର ନାଏକ ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର‌୍ୟ୍ୟ ଅଶୋକ କୁମାର ପୁରୋହିତଯୋଗ ଦେଇ ବିଶ୍ବ ବାଇ ସାଇକେଲ ଦିବସ ଉପଲକ୍ଷେ ମତ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ସାଇକେଲ ରାଲି ମାଧ୍ୟମରେ ସଚେତନତା ପାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ବାମନ ବେହେରା ପରିଚାଳନା କରିଥିବା ବେଳେ ମନୋଜ ଭୋକ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031