Indus Valley Times

ପରବ-୨୦୨୩ ଭୈରବ ମନ୍ଦିରରୁ  ଶୁଭାରମ୍ଭ: ଢେମସା ନାଚରେ ଦୁଲୁକିଲା ବୋରିଗୁମ୍ମା ସହର

 Breaking News

ପରବ-୨୦୨୩ ଭୈରବ ମନ୍ଦିରରୁ  ଶୁଭାରମ୍ଭ: ଢେମସା ନାଚରେ ଦୁଲୁକିଲା ବୋରିଗୁମ୍ମା ସହର

ପରବ-୨୦୨୩ ଭୈରବ ମନ୍ଦିରରୁ  ଶୁଭାରମ୍ଭ: ଢେମସା ନାଚରେ ଦୁଲୁକିଲା ବୋରିଗୁମ୍ମା ସହର
November 03
23:26 2023

Cultural festival Parab kick-starts at Koraput; leaders to officers and common people dance in unison

By Prakash Kumar Singh

ବୋରିଗୁମ୍ମା, Nov. 3: କୋରାପୁଟ ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ର ବାର୍ତ୍ତା ବହନ କରୁଥିବା ପରବ-୨୦୨୩ ଆଜି ବୋରିଗୁମ୍ମା ବ୍ଳକ ରୁ ଶୁଭାରମ୍ଭ ହୋଇଯାଇଛି।ବୋରିଗୁମ୍ମା ଅଞ୍ଚଳର ଆରାଧ୍ୟ ଦେବତା ସ୍ଥାନୀୟ ଭୈରବ ମନ୍ଦିର ରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ମଶାଲ ଆସିଥିଲା।

ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ଅବଦୁଲ ମହମ୍ମଦ ଅଖତର ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଲଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଳକ ର ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସ୍ଥାନୀୟ ଭୈରବ ମନ୍ଦିର ରୁ ମଶାଲ ବାହାରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୋରିଗୁମ୍ମା ସହର ପରିକ୍ରମା କରିଥିଲା। ବୋରିଗୁମ୍ମା ସହରର ଭୈରବ ମନ୍ଦିରରୁ ବାହାରି ଦାସିରି ସାହି,ନୂଆ ବସଷ୍ଟାଣ୍ଡ,ଥାନା ସମ୍ମୁଖ ହୋଇ କୋଟପାଡ଼ ରୋଡ଼ ଦେଇ ମିନି ଷ୍ଟାଡିୟମରେ ମଶାଲ ପହଞ୍ଚିଥିଲା। ଜିଲ୍ଲାର ବିଭିନ୍ନ ବ୍ଳକ ରୁ ଆସିଥିବା ସାଂସ୍କୃତିକ ଦଳ ଦ୍ଵାରା ଢେମସା ନୃତ୍ୟ ବୋରିଗୁମ୍ମା ସହର ଦୁଲୁକିଥିଲା ।ସେ ନେତା ହେଉ ଅବା ପ୍ରଶାସକ ଅଥବା ସାଧାରଣ ଲୋକେ ସମସ୍ତେ ଭେଦଭାବ ଭୁଲି ରାଜରାସ୍ତା ରେ ନାଚିଥିଲେ। କିଛି ସମୟ ପାଇଁ ବୋରିଗୁମ୍ମା ସହର ନାଚଗୀତ ରେ ପ୍ରକମ୍ପିତ ହୋଇ ଉଠିଥିଲା।

ମିନି ଷ୍ଟାଡିୟମରେ ମଶାଲ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଖୋଲା ଯାଇଥିବା ଷ୍ଟଲ ଗୁଡିକୁ ଅତିଥି ମାନେ ବୁଲି ଦେଖିଥିଲେ। ପରେ ପରବ-୨୦୨୩ ନିମନ୍ତେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

କୋରାପୁଟ ଜିଲ୍ଲା ଜିଲାପାଳ ଅବଦୁଲ ମହମ୍ମଦ ଅଖତରଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଲଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, କେସିସି ବ୍ୟାଙ୍କ ସଭାପତି ଇଶ୍ୱର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ପାରିଷଦ ର ଉପାଧ୍ୟକ୍ଷ ମୁନି ସାମନ୍ତରାୟ, କୋରାପୁଟ ଏସପି ଅବିନାଶ ସୋନକର ପ୍ରମୁଖ ମଞ୍ଚlଶୀନ ଥିଲେ।କୋରାପୁଟ ଜିଲ୍ଲାରେ ପରବ ୨୫ ବର୍ଷ ପୂର୍ତ୍ତି ହୋଇ ୨୬ ବର୍ଷ ରେ ପଦାର୍ପଣ କରିସାରିଛି।ଜିଲ୍ଲାର ପୁରୁଣା ସଂସ୍କୃତି ,ଐତିହ୍ୟ ଓ ପରମ୍ପରା ଦିନ କୁ ଦିନ ଲୋପ ପାଇ ଆସୁଥିବା ବେଳେ ଏହାକୁ ବଜାୟ ରଖିବା ପରବ ର ମୁଖ୍ୟ ଉଦେଶ୍ୟ ବୋଲି ଅତିଥି ମାନେ କହିଥିଲେ।

କୋରାପୁଟ ପରବ ଏବେ ରାଜ୍ୟ ସ୍ତରୀୟ ମହୋତ୍ସବ ହୋଇସାରିଲାଣି। ମୋ ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲା ସ୍ତରୀୟ ପରବ ର ଶୁଭାରମ୍ଭ ହୋଇଥିବା ଯୋଗୁଁ ମୁଁ ବହୁତ ଖୁସି ବୋଲି ବିଧାୟକ ଶ୍ରୀ ବାହିନୀପତି ନିଜ ବକ୍ତବ୍ୟ ରେ କହିଥିଲେ। ଏଣୁ ସମସ୍ତେ କୋରାପୁଟବାସୀ ଏକତ୍ରିତ ହୋଇ ପରବ କୁ ଧୁମଧାମରେ ପାଳନ କରିବା ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆହ୍ୱାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଜିନ ହିକ୍କା, ଜୟପୁର ପୌରପାଳିକା ର ଅଧ୍ୟକ୍ଷ ନରେନ୍ଦ୍ର ବେହେରା, କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ.ଶଙ୍କର ରାଓ ସମେତ ବିଭିନ୍ନ ବ୍ଳକର ଅଧ୍ୟକ୍ଷ/ଅଧ୍ୟକ୍ଷା ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ପରବ-୨୩ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗ ଥିଲେ।ବୋରିଗୁମ୍ମା ପୋଲିସ ଏସ୍ଡିପିଓ ଶୁଭେନ୍ଦୁ ଶବର, ଥାନା ଆଇଆଇସି ଯୁଗଳ କିଶୋର ସା ଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ତରାଦଖ କରାଯାଇଥିଲା।ବୋରିଗୁମ୍ମା ବ୍ଳକ ରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ବିକ୍ରମ କୁମାର ଦୋରା , ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଜୟପୁର ପ୍ରଣୟ ରଞ୍ଜନ ବେହେରା ଙ୍କ ସମେତ ବ୍ଳକ ର ସମସ୍ତ କର୍ମଚାରୀ ପରବ-୨୦୨୩  କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031