Indus Valley Times

ସ୍ୱାମୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ଦୁଇ ଦିନ ପରେ ହାରିଦେଲେ ଜୀବନ

 Breaking News

ସ୍ୱାମୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ଦୁଇ ଦିନ ପରେ ହାରିଦେଲେ ଜୀବନ

November 14
12:15 2023

ଖୋର୍ଦ୍ଧା,୧୪/୧୧: ଆଲୋକର ପର୍ବ ଦୀପାବଳିରେ ପରିବାର ଉପରେ ଘୋଟି ଆସିଲା କଳା ଅନ୍ଧାର। ଦୀପାବଳି ଦିନ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱାମୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରି ନ ଥିବା ପତ୍ନୀ ନେଲେ ଚରମ ନିଷ୍ପତ୍ତି। ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡ଼ି ଜୀବନ ହାରିଛନ୍ତି। ଫଳରେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ । ଏପରି ଏକ ହୃଦୟ ବିଦାରକ ଘଟଣା ଗତ ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସୁନାଖଳା ଅଞ୍ଚଳରେ ଘଟିଛି।
ସୁନାଖଳାରେ ବ୍ୟବସାୟ କରୁଥିବା ଗୋକୁଳ ଚନ୍ଦ୍ର ସାହୁଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଦୀପାବଳି ଦିନ ସନ୍ଧ୍ୟା ବେଳେ ସେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଅନ୍ୟ ଗୋଟିଏ ବାଇକ ସହିତ ମୁହଁ।ମୁହଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା।
ଗତକାଲି ଗୋକୁଳଙ୍କ ଶବ ବ୍ୟବଚ୍ଛଦ ହୋଇ ଘରେ ପହଞ୍ଚିବା ପରେ ରାତିରେ ଶବ ସତ୍କାର ହୋଇଥିଲା। କାନ୍ଦ ବୋବାଳିରେ ପୂରା ଘର ଫାଟି ପଡ଼ୁଥିବା ବେଳେ ଗୋକୁଳଙ୍କ ପତ୍ନୀ କିନ୍ତୁ ସ୍ୱାମୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିଲେ।
ସ୍ୱାମୀଙ୍କ ପରେ ପରେ ସେ ବି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗତ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଇଛନ୍ତି। ବାପା ପରେ ପରେ ମା’କୁ ହରାଇ ଦୁଇ ନାବାଳିକା ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ସମ୍ପୂର୍ଣ୍ଣ ଗ୍ରାମବାସଦୀ ସ୍ତବ୍ଧ ହୋଇ ପଡ଼ିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930