Legatus

ଯୁବନେତା ଦୀପକ ମଲ୍ଲିକଙ୍କ ପକ୍ଷରୁ ଅନୁଷ୍ଠିତ ହେଲା ଯୁବ ସମାବେଶ

 Breaking News

ଯୁବନେତା ଦୀପକ ମଲ୍ଲିକଙ୍କ ପକ୍ଷରୁ ଅନୁଷ୍ଠିତ ହେଲା ଯୁବ ସମାବେଶ

December 10
19:51 2023

ସୁଦାମ ପାତ୍ରଙ୍କ ରିପୋର୍ଟ
ରେମୁଣା,୧୦/୧୨: ରେମୁଣା ବ୍ଲକ ଅନ୍ତର୍ଗତ ନିଜାମପୁର ଗ୍ରାମ ପଞ୍ଚାୟତ ର ଦୁମୁଦା ଠାରେ ଏକ ବିଶାଳ ଯୁବ ସମାବେଶ ଯୁବନେତା ଇଂ ଦୀପକ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୭ଗୋଟି ଓ ୩୬ ନମ୍ବର ଯୋନ ର ୩ ଗୋଟି ପଞ୍ଚାୟତ ରୁ ବହୁ ଦୀପକ ପ୍ରେମୀ ଏବଂ ସମର୍ଥକ ମାନେ ସାମିଲ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରାରମ୍ଭରେ ୨୦୦ ରୁ ଉର୍ଦ୍ଧ୍ବ ବିଶାଳ ବାଇକ ରାଲି ଦହପଡ଼ା ଠାରୁ ବାହାରି ନହରପଟଣା ଛକ, ମଙ୍ଗଳପୁର, ରେମୁଣା ଗୋଳେଇ ମନ୍ଦିର ଛକ ଦେଇ ମନ୍ଦାରପୁର , ବଡ଼ପାଳ, କଲ୍ୟାଣପୁର ,ସାହୁପଡ଼ା ହୋଇ ଦୁମୁଦା ଠାରେ ପହଞ୍ଚିଥିଲା ।
ସେଠାରେ ଅନୁଷ୍ଠିତ ସଭାରେ ୫୦୦ ରୁ ଉର୍ଦ୍ଧ୍ବ ଯୁବକ ମାନେ ସାମିଲ ହୋଇଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଇଂ ଦୀପକ ମଲ୍ଲିକ ଯୋଗ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବାକୁ ଉପସ୍ଥିତ ସମର୍ଥକ ମାନଙ୍କୁ ଆହ୍ୱାନ ଦେଇଥିଲେ ଓ କହିଥିଲେ ଆଗାମୀ ନିର୍ବାଚନ ରେ ରେମୁଣା ବେଶି ସେବା କରିବାର ସୁଯୋଗ ଦେଲେ କିପିରି ଅଧିକ ରୁ ଅଧିକ ଯୁବକ ମାନଙ୍କୁ ଅଧିକ ରୁ ଅଧିକ ନିଯୁକ୍ତି ମିଳିବ ଓ ରେମୁଣା କୁ ବୃହତ ଶିଳ୍ପ ଆସିପାରିବ ସେ ପ୍ରତିଶୁତି ଦେଇଥିଲେ ।
ସଭାର ସଭାପତିତ୍ୱ ଓ ସ୍ୱାଗତ ଭାଷଣ ଦେଇଥିଲେ ଯୁବ ନେତା ମନରଞ୍ଜନ ମହାଲ ଓ ଧନ୍ୟବାଦ ଆର୍ପଣ କରିଥିଲେ ଯୁବ ନେତା ସୁଶାନ୍ତ ସେହିପରି ସମର୍ଥକମାନେ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଇଂ ମଲ୍ଲିକଙ୍କୁ ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବ ପାଇଁ ନିବେଦନ କରିଥିଲେ । ଏହି ସମାବେଶରେ ଯୋଗ ଦାନ କରିଥିଲେ ଶତ୍ରୁଘ୍ନ ଚଣ୍ଡ , ରମେଶ ଦାସ , ସୁଶାନ୍ତ ସାହୁ , ଧୀରେନ୍ଦ୍ର ରାଉଳ, ପୁର୍ଣ୍ଣଚନ୍ଦ୍ର ମହାଲ, ସୁରେଶ ମହାଳିକ , ଚିନ୍ମୟ ଖଟୁଆ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930