ଆସନ୍ତା ଫେବ୍ରୁଆରି ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ
January 19
14:43
2024
ଭୁବନେଶ୍ବର, ୧୯/୧: ଆସନ୍ତା ଫେବ୍ରୁଆରି ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଏଥିରେ କାମଚଳା ବଜେଟ ଆଗତ ହେବ ବୋଲି ଜଣାଯାଇଛି।
ଫେବ୍ରୁଆରି ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବେ। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଫେବ୍ରୁଆରି ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ। ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି, ତେଣୁ ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର।