Indus Valley Times

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍, ଡ୍ରାଇଭର ଗୁରୁତର

 Breaking News

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍, ଡ୍ରାଇଭର ଗୁରୁତର

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍, ଡ୍ରାଇଭର ଗୁରୁତର
March 23
10:46 2024

ବାଲିପାଟଣା, ୨୩/୩: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜସ ରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗି ଚୂରମାର ହୋଇ ଯାଇଛି। ୱାଗନର କାର୍ (ନଂ ଓଆର ୦୨ ବିଏଚ ୮୭୩୪)ର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ ଆଜି ସକାଳ ସାଢେ ୮ ଟା ସମୟରେ କାରଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା କାରଟିର ଗତି ଦ୍ରୁତ ଥିଲା। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଗାଡ଼ି ମାଲିକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସ୍ଥଳେ ତାଙ୍କ ପରିଚୟ ମିଳି ପାରିନାହିଁ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031