Legatus

ସମୁଦ୍ର କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

 Breaking News

ସମୁଦ୍ର କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

April 17
11:07 2024

ପୁରୀ, ୧୭/୪ : ଗତକାଲିଠୁ ନିଖୋଜ ଥିଲେ। ଆଜି ସକାଳେ ସମୁଦ୍ର କୂଳରୁ ଠାବ ହୋଇଛି ବ୍ୟକ୍ତିଙ୍କ ମୃତଦେହ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି।
ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।
ଗତକାଲି ଅପରାହ୍ଣରୁ ରାଧୁ ଘରୁ ବାହାରକୁ ଯାଇ ଫେରିନଥିଲେ। ବିଳମ୍ବିତ ରାତି ପର‌୍ୟ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ।
ଆଜି ସକାଳେ ସ୍ଥାନୀୟ ଲୋକେ ରାଧୁଙ୍କ ମୃତଦେହ ସମୁଦ୍ର କୂଳରେ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ରାଧୁଙ୍କୁ ହତ୍ୟା କରାଯାଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।

Tags
Share

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930