Indus Valley Times

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

 Breaking News

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି
May 06
20:06 2024

ନୂଆଦିଲ୍ଲୀ, ୬/୫: ଗତଶନିବାର ଜମ୍ମୁ-କଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳର ସାନାଇ ଟପ୍ ଅଭିମୁଖେ ଯାଉଥିବା ବେଳେ ଶଶିଧର ଜଙ୍ଗଲ ନିକଟରେ ଭାରତୀୟ ବାୟୁସେନା ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାୟୁସେନାର ୫ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସହିଦ ହୋଇଥିଲେ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଗାଡ଼ି ଉପରକୁ ଆତଙ୍କବାଦୀମାନେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଆତଙ୍କବାଦୀ ଆକ୍ରମଣ ସମୟରେ ଦୁଇଟି ଯାନ ଯାଉଥିଲା, ସେଥିମଧ୍ୟରୁ ଗୋଟିଏ ସେନାର ଗାଡି ଏବଂ ଅନ୍ୟଟି ଭାରତୀୟ ବାୟୁସେନାର ଥିଲା। ଦୁଇଟି ଗାଡ଼ି ମଧ୍ୟରୁ ଆତଙ୍କବାଦୀମାନେ ବାୟୁସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ।
ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ସେନା ୟୁନିଟ୍ ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚେକପଏଣ୍ଟ ସ୍ଥାପନ କରାଯାଇଛି। ଏଥିସହିତ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି। ଏମାନଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ନିର୍ବାଚନ ସମୟରେ ଆତଙ୍କବାଦୀଙ୍କ ଏଭଳି ଗୁଳିକାଣ୍ଡ ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ତନତନ ଯାଞ୍ଚ ଚାଲିଛି। ଏହା ସତ୍ତ୍ବେ ବି ଆତଙ୍କବାଦୀମାନେ କିପରି ଭାବେ ଭାରତୀୟ ସେନାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିପାରିଲେ ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31