Indus Valley Times

ନବନିର୍ବାଚିତ ଭାଜପା ସାଂସଦଙ୍କୁ ଦିଲ୍ଲୀ ଡାକରା

 Breaking News

ନବନିର୍ବାଚିତ ଭାଜପା ସାଂସଦଙ୍କୁ ଦିଲ୍ଲୀ ଡାକରା

ନବନିର୍ବାଚିତ ଭାଜପା ସାଂସଦଙ୍କୁ ଦିଲ୍ଲୀ ଡାକରା
June 06
11:33 2024

ଭୁବନେଶ୍ବର, ୬/୬: ଓଡ଼ିଶାର ବିଜେପିର ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ଏଣୁ ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଆଜି ଦିଲ୍ଲୀ ଯିବେ ବୋଲି ଜଣାଯାଇଛି। ଆସନ୍ତାକାଲି ବିଜେପିର ସଂସଦୀୟ ଦଳର ବୈଠକ ବସୁଛି।
୨୦ ନବନିର୍ବାଚିତ ବିଜେପି ସାଂସଦ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031