Indus Valley Times

ପୁରୀକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ, ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର

 Breaking News

ପୁରୀକୁ ଜଗିବେ ୧୮୦ ପ୍ଲାଟୁନ ପୁଲିସ, ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର

July 02
10:17 2024

ପୁରୀ, ୨/୭:ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରଉସତ୍ବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପଡୁଛି। ତେଣୁ ଦୁର୍ଲ୍ଲଭ ରଥଯାତ୍ରାରେ ଭକ୍ତଙ୍କ ସମାଗମ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି।
ସେହିପରି ମହାପ୍ରଭୁଙ୍କ ଘୋଷଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ନିମନ୍ତେ ଏକ ଚ୍ୟାଲେଞ୍ଜ ରହିଛି।
ତେବେ ସମସ୍ତ ବିଭାଗର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରଥଯାତ୍ରା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏସ୍ପିଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ସମାପନ କରିବା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍, ରଥ ଟଣା, ପାର୍କିଂ, ଯାତାୟତ ସହ ବିଭିନ୍ନ ଦିଗଉପରେ ଆଲୋଚନା କରାଯାଇଥିଲା।
ବୈଠକପରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇ କହିଥିଲେ, ରଥଯାତ୍ରାକୁ ଆଖି ଆଗରେ ରଖି ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ରଥଯାତ୍ରା ନେଇ ପ୍ରଥମ ବା ପ୍ରାରମ୍ଭିକ ବୈଠକ ହୋଇଛି। ବୈଠକରେ ଫୋର୍ସ ନିୟୋଜନ, ପୋଲିସ ବ୍ୟବସ୍ଥା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରାରେ ମୁତୟନ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ।
ସେହିପରି ଦାୟିତ୍ୱରେ ଅତିରିକ୍ତ ଡିଜି ପାହ୍ୟା ୪ ଅଧିକାରୀ, ୬ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ , କମାଣ୍ଡାଣ୍ଟ ବା ଏସ୍ପି ପାହ୍ୟାର ୧୯ ଜଣ ଅଧିକାରୀ, ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ଜଣ ଅଧିକାରୀ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସ୍ପି ପାହ୍ୟାର ୭୫ ଜଣ, ଇନ୍ସପେକ୍ଟର ୧୩୦ଜଣ, ୬୭୫ ଜଣ ଏଏସ୍ଆଇ ଓ ଏସ୍ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ।
କୋଷ୍ଟଗାର୍ଡ ନିୟୋଜିତ ପାଇଁ ଲେଖାଯାଇଛି। ସେହିପରି ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ। ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ।
ଆବଶ୍ୟକ ପଡିଲେ ଅଧିକ ପୋଲିସ ଫୋର୍ସ ନିୟୋଜିତ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଏସ୍ପିଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031