Indus Valley Times

ବଡ଼ଦାଣ୍ଡର ସଫେଇକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

 Breaking News

ବଡ଼ଦାଣ୍ଡର ସଫେଇକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ବଡ଼ଦାଣ୍ଡର ସଫେଇକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ
July 06
10:40 2024

ପୁରୀ,୬/୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି। ହାତରେ ଝାଡୁ ଧରି ସେ ସଫେଇ କରିଛନ୍ତି।
ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ସଫେଇ କରିଛନ୍ତି। ଏହାସହ ପୁରୀ ଏମ୍ପି ସମ୍ବତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।
ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କରିଛନ୍ତି। ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷାଧିକ ଲୋକ ଆସିବେ। ଶ୍ରଦ୍ଧାଳୁ ନିଜେ ସଚେତନ ସହ ପ୍ରଶାସନ ସହ ମିଶି ସ୍ବଚ୍ଛତା ରଖିବେ ମୂଳ ଲକ୍ଷ୍ୟ। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ। ରଥଯାତ୍ରା ପୂର୍ବରୁ ସଫେଇ କରିବା। ପବିତ୍ରତା ଆଣିବାକୁ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ୟାପକ ସଚେତନ ପାଇଁ ଏ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031