Indus Valley Times

ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା

 Breaking News

ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା

ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା
July 08
16:25 2024

ଭୁବନେଶ୍ୱର, ୮/୭: ପୁଣି ଥରେ ଅଡୁଆରେ ପଡିଲେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ।
ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ।
ଏପରି କାର୍ଯ୍ୟ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁମାନେ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।
ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031