Indus Valley Times

ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

 Breaking News

ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
July 20
17:28 2024

ଓଡ଼ିଶା, ୨୦/୭: ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଛନ୍ତି। ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’। ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ସେ ଏହି ପୁରସ୍କାରର ନାମ ତାଙ୍କ ବାପା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ରଖିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ଦିଆଯାଏ। ରାଜ୍ୟର ସଫଳ କ୍ରୀଡ଼ାବିତ୍, କୋଚ୍, କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଏ।
୫ଟି ବର୍ଗଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଥିଲା। ତେବେ ନୂଆ ସରକାର ଏହାର ନାଁ ବଦଳାଇବା ସହିତ ଆହୁରି ୩ଟି ବର୍ଗଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡ୍ ଲାଇନ୍ରେ ଏହା ଉଲ୍ଲେଖ ରହିଛି।
ପୂର୍ବରୁ ଲାଇଫ-ଟାଇମ୍ ଆଚିଭମେଣ୍ଟ, କ୍ରୀଡ଼ା ଓ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ, କୋଚିଂରେ ଉତ୍କୃଷ୍ଟତା, କ୍ରୀଡ଼ା ସାମ୍ବାଦିକତାରେ ଉତ୍କୃଷ୍ଟତା ଓ କ୍ରୀଡ଼ା ଏବଂ ଖେଳକୁ ପ୍ରୋତ୍ସାହିତ କରିବାରେ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଉଥିଲେ। ଏବେ ଏହି ୫ଟି ବର୍ଗ ସହିତ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ବର୍ଷର ଶ୍ରେଷ୍ଠ ଆଥ୍ଲେଟ୍ (ଜୁନିୟର ବର୍ଗ) ଓ ବର୍ଷର ଶ୍ରେଷ୍ଠ ସ୍ପୋର୍ଟସ ଟେକିନିକାଲ ଅଫିସିଆଲ/ସପୋର୍ଟ ଷ୍ଟାଫ୍ ବର୍ଗକୁ ଯୋଡ଼ା ଯାଇଛି। ନୂତନ ଭାବେ ଗଠନ କରାଯାଇଥିବା ତିନିଟି ବର୍ଗର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଲେଖାଏଁ ରହିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31