Indus Valley Times

କାନ୍ଥରୁ ଲିଭିନି ବାହା ଚିତା, ସୁଧ ଟଙ୍କା ପାଇଁ ଚାଲିଗଲା ଯୁବକଙ୍କ ଜୀବନ

 Breaking News

କାନ୍ଥରୁ ଲିଭିନି ବାହା ଚିତା, ସୁଧ ଟଙ୍କା ପାଇଁ ଚାଲିଗଲା ଯୁବକଙ୍କ ଜୀବନ

କାନ୍ଥରୁ ଲିଭିନି ବାହା ଚିତା, ସୁଧ ଟଙ୍କା ପାଇଁ ଚାଲିଗଲା ଯୁବକଙ୍କ ଜୀବନ
August 06
17:08 2024

ମୟୂରଭଞ୍ଜ, ୬/୮ : ୫ ପ୍ରତିଶତ ସୁଧରେ ଋଣ କରି ବାହା ହୋଇଥିଲେ। ଧୀରେ ଧୀରେ ଋଣ ଟଙ୍କା ସୁଝିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ସାହୁକାର(ମହିଳା)ଙ୍କ ଅପମାନ ଓ ନିର୍ଯ୍ୟାତନା ଅସମ୍ଭାଳ ହେଲା।
ତେଣୁ ଝୁଲି ପଡ଼ିଲେ ଯୁବକ। ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ମୃତ ଯୁବକଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
କପ୍ତିପଦା ଥାନା ଡିବାସାହି ଗାଁର ଦୀପକ ପାତ୍ର। ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ବିବାହ ପାଇଁ ଗାଁର ଜନୈକ ମହିଳାଙ୍କଠାରୁ ୫% ସୁଧରେ ୧୦ ହଜାର ଟଙ୍କା ଋଣ ଆଣିଥିଲେ।
ବାହାଘର ସରିବା ପରେ ସେ ନିଜର କର୍ମ ସ୍ଥାନ ଚେନ୍ନାଇ ଫେରି ଯାଇଥିଲେ। ହେଲେ ମାସେ ତଳେ ଦୀପକଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ଖବର ପାଇ ସେ ଗାଁକୁ ଫେରିଥିଲେ।
ବାପାଙ୍କ ଶୁଦ୍ଧି କାମ ସାରିବା ପରେ ସୋମବାର ଚେନ୍ନାଇ ଯାଇଥାଆନ୍ତେ ଦୀପକ। ସେଥିପାଇଁ ଟ୍ରେନ୍ ଟିକେଟ କାଟି ଦେଇଥିଲେ। ବ୍ୟାଗ ସଜାଡ଼ି ଦେଇଥିଲେ। ସନ୍ଧ୍ୟା ବେଳେ ଟ୍ରେନ୍ ଥିବାରୁ ଘରେ ପତ୍ନୀଙ୍କ ସହିତ ସମୟ ଅତିବାହିତ କରୁଥିଲେ।
ତେବେ ପୂର୍ବାହ୍ନରେ କୌଣସି କାମରେ ଗାଁ ଛକକୁ ଯାଇଥିଲେ। ସେଠାରେ ଟଙ୍କା ଧାର ଆଣିଥିବା ମହିଳାଙ୍କ ପୁଅ ତାଙ୍କୁ(ଦୀପକ) ଗାଳି ଦେଇଥିଲେ। ଏପରିକି ତାଙ୍କୁ ତାଙ୍କ ଘରକୁ ଡାକି ନେଇଥିଲା। ଘରେ ଦୀପକଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ ମହିଳା(ସାହୁକାର)। ଯାହାକୁ ନେଇ ଦୀପକ ବ୍ୟତିବ୍ରସ୍ତ ହୋଇ ପଡ଼ିଥିଲେ।
ଦୀପକ ଘରକୁ ଫେରି ନିଜ ମାଆଙ୍କୁ ସବୁ କଥା କହିଥିଲେ। ଅପମାନ ସହି ନପାରି ମଧ୍ୟାହ୍ନରେ ସେ ନିଜ ଶୋଇବା ଘରେ ଫ୍ୟାନ୍‌ରେ ଶାଢ଼ୀ ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ଯେତେ ଡାକିଥିଲେ ମଧ୍ୟ କବାଟ ଖୋଲିନଥିଲେ।
ଶେଷରେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ପରିବାର ଲୋକ। ସେତେବେଳେ ଦୀପକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ କପ୍ତିପଦା ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ସାହୁକାରୀ କରିବା ବେଆଇନ୍‌! ଏହି କୁତ୍ସିତ ପ୍ରଥା ପାଇଁ ଜଣେ ଯୁବକଙ୍କ ଜୀବନ ଯାଇଥିବାରୁ ଏହା ବିରୋଧରେ ପୁଲିସ୍ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାର କଥା। ସେପରି ସାହୁକାର କରିଥିବା ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031