Indus Valley Times

‘ସମକର କଥାନୀକେ ଗଲ୍ପ ଲେଖବାର କଲାକାଲିଗରୀ ନି ଥାଏ ‘ , ଦୁଇଟି କୋଶଲୀପୁସ୍ତକ ଉନ୍ମୋଚିତ

 Breaking News

‘ସମକର କଥାନୀକେ ଗଲ୍ପ ଲେଖବାର କଲାକାଲିଗରୀ ନି ଥାଏ ‘ , ଦୁଇଟି କୋଶଲୀପୁସ୍ତକ ଉନ୍ମୋଚିତ

August 20
10:58 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୨୦/୮ : ରକ୍ଷାବନ୍ଧନ ଦିନ ସାମ୍ବାଦିକ ଭବନରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ବିଶିଷ୍ଟ କବି,ଗୀତିକାର,ନାଟ୍ୟକାର ଓ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କର ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।
ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ କବି ରାମଭକ୍ତ ଫରିକାର ଓ ସଦ୍ୟତମ କୋଶଳୀ କବି ତଥା ଗବେଷକ ନିମେଇଁ ଚରଣ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ବଲାଙ୍ଗୀର ନଗରପାଳ ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଶଳୀ ନାଟକ ‘ ସଉତେନ୍ ‘ ଓ କୋଶଳୀ ଗଳ୍ପ ସଂକଳନ ‘ ନୀଏ ‘ ପୁସ୍ତକଦୁଇଟିର ଶୁଭ ଉନ୍ମୋଚନ କରିଥିଲେ ।
ଅନ୍ୟାନ୍ୟ ନିମନ୍ତିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,ଅଧ୍ୟାପକ ନବୀନ ବିଶ୍ବବନ୍ଧୁ,ପରିଷଦର ଉପ-ସଭାପତି ତଥା ‘ ପଞ୍ଚମ ‘ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧାରୀ ପତି,ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀ ଓ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ।କବି ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ନିମନ୍ତିତ ଅତିଥି ଓ ବକ୍ତାମାନେ ଶ୍ରୀ ବାରିକଙ୍କର ଲେଖକୀୟ ଜୀବନ ଓ ସର୍ଜନାର ଆଲୋଚନାରେ ଭୂୟସୀ ପ୍ରଶଂସା କରିଥିଲେ ।
ଲେଖକ ଓ ତାଙ୍କର ପ୍ରକାଶିକା ପତ୍ନୀ କଣ୍ଠଶିଳ୍ପୀ ଉଷାରାଣୀ ବାରିକ ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଲେଖକ ଦମ୍ପତିଙ୍କର ଜୀବନ ଓ ସାରସ୍ବତ ସର୍ଜନା ସମ୍ପର୍କରେ ଏକ ସରସ ଆଲୋଚନା କରିଥିଲେ । କବୟତ୍ରୀ ସବିତା ମହରା ମଧ୍ୟ ଲେଖକଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ ।
ସଭାପତି ତଥା ଗାଳ୍ପିକ ମଳୟ ମିଶ୍ର ତାଙ୍କ ବକ୍ତବ୍ୟରେ ସମସ୍ତଙ୍କର କାହାଣୀକୁ ଗଳ୍ପ କରିବାର କଳାକାରିଗରୀ ନଥାଏ ଓ ବନ୍ଧୁ କୃଷ୍ଣ ଚନ୍ଦ୍ର ବାରିକ ଏହି ପୁସ୍ତକଟିରେ କୋଶଳୀ କଥାନୀକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ପ୍ରତିପାଦନ କରିଛନ୍ତିଓ ସମ୍ଭବତଃ ଏଭଳି ଉତ୍ତରଣ ପ୍ରଥମ ବୋଲି କହିଥିଲେ।
ସେ ମଧ୍ୟ ଲେଖକଙ୍କ ସହ ତାଙ୍କର ଆବାଲ୍ୟରୁ ନିବିଡ ବନ୍ଧୁତା ତଥା ନାଟକୀୟ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ।କବି,ଗବେଷକ ଓ ଅଧ୍ୟାପକ ନବୀନ ବିଶ୍ବବନ୍ଧୁ ପୁସ୍ତକର ଏକ ସୁନ୍ଦର ତଥ୍ୟପୂର୍ଣ୍ଣ ସମୀକ୍ଷାତ୍ମକ ଆଲୋଚନା କରିଥିଲେ।
ଅନ୍ୟତମ ଅତିଥି ଶ୍ରୀ ପତି ‘ ସଉତେନ୍ ‘ ନାଟକଟିକୁ ଫିଲ୍ମ କରିବାର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଆମ ଭାଷା,ଗଳ୍ପ ବା ସାରସ୍ବତ ରଚନାରେ ସମାଜର ବିଭିନ୍ନ ଦିଗର ପ୍ରତିଫଳନ ସମାଜକୁ ଉତ୍ତମ ଦିଗ୍ ଦର୍ଶନ ଦେଇଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ଶ୍ରୀ ଛୁରିଆମଞ୍ଚାସୀନ ରହି ସାରଗର୍ଭକ ଅଭିଭାଷଣ ରଖିଥିଲେ।ସମ୍ପାଦକ ଶ୍ରୀ ଖମାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲାବେଳେ ପରିଷଦର କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ପ୍ରାରମ୍ଭିକ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରିଷଦର ସହସମ୍ପାଦକ ‘ ପ୍ରେରଣା’ ର ସମ୍ପାଦକ ରଘୁନନ୍ଦନ ସିଂ ଶେଷରେ ଧନ୍ୟବାଦ ଦେଇଥିଲେ ।
ସହରର ମାନ୍ୟଗଣ୍ୟ ସହିତ୍ୟପ୍ରେମି,କବି,କବୟିତ୍ରୀ ଲେଖକ ଲେଖିକା, ସାମ୍ବାଦିକ,ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତୀ ଓ ଅନୁରାଗୀ ବହୁଶ୍ରୋତା ଏହି ଉତ୍ସବରେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31