Indus Valley Times

ଅବକାରୀ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, କହିଲେ ଏଣିକି ମଦଭାଟିରେ ଚାଲିବ ବୁଲ୍‌ଡୋଜର

 Breaking News

ଅବକାରୀ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, କହିଲେ ଏଣିକି ମଦଭାଟିରେ ଚାଲିବ ବୁଲ୍‌ଡୋଜର

August 22
18:09 2024

ଭୁବନେଶ୍ବର, ୨୨/୮ : ବେଆଇନ ମଦ କାରବାର ବିରୋଧରେ ଖୁବଶୀଘ୍ର ଆକ୍ସନ ମୋଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆସିବେ।
ଚିକିଟି ମଦ ମୃତ୍ୟୁ ଘଟଣାରେ ଜଣଙ୍କୁ ବଦଳି ଓ ଦୁଇ ଜଣଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।
ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ନିର୍ଦ୍ଦେଶ ଦେବେ। ରାଜ୍ୟ ସାରା ଚଢ଼ାଉ ଆରମ୍ଭ ହୋଇଛି। ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି। ୧୧୭ ଜଣଙ୍କୁ ବର୍ତ୍ତମାନ୍ ସୁଦ୍ଧା ଗିରଫ କରାଯାଇଛି।
ବେଆଇନ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବ। ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଶ୍ଵାସନା ଦେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁ ବ୍ରହ୍ମପୁର ଅବକାରୀ ସୂପରିଟେଣ୍ଡଙ୍କୁ ବଦଳି କରାଯାଇଛି। ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ।
ଏହାର ଖୁବ୍ ଶୀଘ୍ର ଆରଡିସିସ୍ତରୀୟ ତଦନ୍ତ ଘୋଷଣା କରାଯିବ। ୨ ମାସ ଭିତରେ ରିପୋର୍ଟ୍ ଦେବା ପରେ ରିପୋର୍ଟ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ଷେ ଭିତରେ ବେଆଇନ ମଦ ନେଟୱାର୍କ ଭାଙ୍ଗିବ ବୋଲି ଆବକାରୀ ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31