Indus Valley Times

ଭିଜିଲାନ୍ସ ଜାଲରେ ସିଏଚଏସଇ ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ସିଏଚଏସଇ ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭିଜିଲାନ୍ସ ଜାଲରେ ସିଏଚଏସଇ ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
August 28
10:52 2024

ଭୁବନେଶ୍ବର, ୨୮/୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସଇର ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଚାଲିଛି। ସୂଚନା ଅନୁଯାୟୀ, ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁରର କେଉପଡ଼ା ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି।
ତାଙ୍କର ରାଜଧାନୀର କାନବିହାର ଚାରିମହଲା ଘରେ ଓ ଅଫିସରେ ଭିଜିଲନ୍ସ ଟିମ୍ ଚଢ଼ଉ କରୁଛି। ତେବେ ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଚାକିରୀ ଆଉ ୪ ଦିନ ଥିଲା ହେଲେ ଭିଜିଲାନ୍ସ ଜାଲରେ ପଡିଗଲେ ସରକାରୀ ବାବୁ। ସିଏଚଏସଇ ଭୁବନେଶ୍ୱରର ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି। ମିଳିଥିବା ସୂଚନା ଅନୁସାରେ ସାର୍ଟିଫିକେଟ ହେରଫେର କରିବା, ମାର୍କ ବଢ଼ାଇବା ଭଳି କାମରେ ଟଙ୍କା ରୋଜଗାର କରୁଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା। ଘରୁ ବହୁ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930