Indus Valley Times

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି

 Breaking News

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି
September 18
11:09 2024

ଭୁବନେଶ୍ୱର, ୧୮/୯ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପାଲଟା ଆକ୍ରମଣ ଘଟଣାରେ ବଦଳିଲେ ଭରତପୁର ଥାନା ଅଧିକାରୀ। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବା ପରେ ଥାନା ସବ୍ ଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ବି ବଦଳି କରିଛନ୍ତି।
କାରଣ ଏହି ଅଧିକାରୀମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିବା ସହିତ ତାଙ୍କ କାରରେ ମଦ ବୋତଲ ରଖି ତାଙ୍କୁ ଗିରଫ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି।
ତାଙ୍କ ସ୍ଥାନରେ କମିଶନରେଟ୍ ମୁଖ୍ୟାଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯାଳୟକୁ ବଦଳି କରାଯାଇଛି। ଅନୁରୂପ ଭାବେ କନେଷ୍ଟବଳ ବଳରାମ ହାସଦାଙ୍କୁ ଭୁବନେଶ୍ୱର ଆରଓକୁ ବଦଳି କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ଜଣକୁ ବଦଳି କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930