Indus Valley Times

ଭରତପୁର ଥାନା ଅଧିକାରୀଙ୍କ ବର୍ବରତା : ରାଜ ରାସ୍ତାକୁ ଓହ୍ଲାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

 Breaking News

ଭରତପୁର ଥାନା ଅଧିକାରୀଙ୍କ ବର୍ବରତା : ରାଜ ରାସ୍ତାକୁ ଓହ୍ଲାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

September 18
14:24 2024

ଭୁବନେଶ୍ୱର, ୧୮/୯ : ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ ସେନା କର୍ମଚାରୀ। ଆଜି ରାଜଧାନୀର ପୁଲିସ ସେବାଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାର ସିବିଆଇ ନଚେତ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ସେନା କର୍ମଚାରୀ।
ଏଥିସହ ବଦଳି କିମ୍ବା ନିଲମ୍ବନ କୌଣସି ଦଣ୍ଡ ନୁହଁ ବରଂ ଦୋଷୀ ପୁଲିସ ଅଧିରକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପଦମ ସିଂ ସେଖାୱତ କହିଛନ୍ତି, ସେନା ମୁଖ୍ୟ ନିଜେ ଘଟଣାର ମନିଟର କରୁଛନ୍ତି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଆଇନକୁ ହାତକୁ ନେଇପାରିବା ନାହିଁ।
ମୋ ମତରେ ଓଡ଼ିଶା ସରକାର ଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗକୁ ମଧ୍ୟ ଓଡ଼ିଶା ସରକାର ଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ଡିଜିପି ସାରଙ୍କ ସହ କଥା ହୋଇଛି।
ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ନିର‌୍ୟାତନା ହେଇଥିଲା। ଏପରିକି ମେଜର ଗୁରୁବଂଶ ସିଂଙ୍କୁ ଲକ୍‌ଅପରେ ରାତିତମାମ ରଖିଥିଲା ପୁଲିସ।
ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ମାରିବା ସହ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନାର ତତ୍କାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31