Indus Valley Times

ଆଇଟି ବିଭାଗରେ ବେକାରୀଙ୍କୁ ରୋଜଗାର ଓ ରାଜ୍ୟରେ ଚକବନ୍ଦୀ କେସ ଫଇସାଲାରେ ବିଳମ୍ୱ

 Breaking News

ଆଇଟି ବିଭାଗରେ ବେକାରୀଙ୍କୁ ରୋଜଗାର ଓ ରାଜ୍ୟରେ ଚକବନ୍ଦୀ କେସ ଫଇସାଲାରେ ବିଳମ୍ୱ

ଆଇଟି ବିଭାଗରେ ବେକାରୀଙ୍କୁ ରୋଜଗାର ଓ ରାଜ୍ୟରେ ଚକବନ୍ଦୀ କେସ ଫଇସାଲାରେ ବିଳମ୍ୱ
September 21
22:31 2024

ବରଦା ଦାସଙ୍କ ରିପୋର୍ଟ
କଟକ,୨୧/୯: ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଟକ ସର୍କିଟ ହାଉସ ଗସ୍ତ ସମୟରେ ଥିଙ୍କର୍ଷ କ୍ଳବ୍ ତରଫରୁ ସଭାପତି ବରଦା ଦାସ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ବିଜେପି ମହିଳା ଶାଖା ସମ୍ପାଦିକା ସ୍ମୃତି ରେଖା ଦାସ, ବିନୋଦ ଦାସଙ୍କ ଉପସ୍ଥିତି ରେ ସ୍ମାରକ୍ ପତ୍ର ପ୍ରଦାନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧-୧୨ ରେ ସଞ୍ଜୟ ଦାସ ବର୍ମା ବୈଷୟିକ ମନ୍ତ୍ରୀ ଥିବାବେଳେ ବିଟେକ ,ଆଇ ଟି ଛାତ୍ର ଛାତ୍ରୀ ମାନଙ୍କୁ ଚାକିରି ଦେବା ପାଇଁ ୧୦୦ ଟଙ୍କା ଲେଖାଏଁ ଦାଖଲ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ।
ତଦନୁଯାୟୀ ବହୁ ଚାତ୍ର ଛାତ୍ରୀ ଟଙ୍କା ପଠାଇ ପଞ୍ଜୀକୃତ କରି ଥିଲେ କ୍ଷ ମାତ୍ର ରୋଜଗାର ନପାଇ ବେକାର ବସିଥିବା ଛାତ୍ର ଙ୍କୁ ଚାକିରୀ ଦେବା ଓ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ୍ ବର୍ଷ ହେବ ଚକବନ୍ଦୀ ମକଦ୍ଦମା ଏଡିଏମ୍ ଙ୍କ ଦ୍ଵାରା ଶୀଘ୍ର ଫଇସଲା ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଆଲୋଚନା କରି ୨ ଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଚାର କରି ବିହୀତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30