Indus Valley Times

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା

 Breaking News

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା

October 03
20:26 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୦: ଆଜି ଅପରାହ୍ନରେ ଖାଦ୍ୟ ଯୋଗଣ ଓ ଖାଉଟି ସରୁକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଜିଲା ଗସ୍ତରେ ଆସି ପ୍ରଥମେ ପୁରଣାକଟକ ସ୍ଥିତ ପିଇଜି ଗୋଦାମ ଅଚାନକ ପରିଦର୍ଶନ କରି ନିମ୍ନମାନର ଚାଉଳ ଯୋଗାଣ ଓ ଓଜନରେ ଠକେଇ ନେଇ ତଦନ୍ତ କରିଥିଲେ ।
ମନ୍ତ୍ରୀ ଶ୍ରୀ ପାତ୍ର କ୍ଷୁବ୍ଧ ହେବା ସହ ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଯେଉଁ ଅଧିକାରୀମାନେ ମିଲର୍ସ ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସେହି ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲୋ । ଅଧିକାରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ସହିତ ଯୋଗାଣ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବାକୁ ତାଗିଦ କରିଥିଲେ ।
ଏହାସହିତ ଅଧିକାରୀମାନେ ସେମାନଙ୍କ ମାନସିକତାରେ ପରିବର୍ତନ କରନ୍ତୁ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସତର୍କ କରାଇଦେଇଥିଲେ ।
ହିତାଧିକାରୀମାନେ ସେମାନଙ୍କ କେୱାଇସି ଅପଡେଟ କରିବା,ଅର୍ନ୍ତଦୋୟ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ,କଳାବଜାରୀ ରୋକିବା,ଦଲାଲଙ୍କୁ ପ୍ରୋତ୍ସାହନ ନଦେବା,କୃଷକମାନଙ୍କୁ ଠିକ୍ ଭାବରେ ଧାନର ସହାୟକ ମୂଲ୍ୟ ପ୍ରଦାନ,ମଣ୍ଡିରେ ଚାଷୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା,ଧାନକ୍ରୟ ବ୍ୟବସ୍ଥାର ସୁପରିଚାଳନା,ସାଧାରଣ ବଣ୍ଟନ ବ୍ୟବସ୍ଥା ଠିକ୍ କରିବା,ଜାତୀୟ ଖାଦ୍ୟ ସୂରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଗ କରିବା,ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ,ରାସନକାର୍ଡ ପରିଚାଳନା କେନ୍ଦ୍ର କାର୍ଯ୍ୟକାରୀ ଓ ଖରିଫ ରୁତୁ ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ,କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ,ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା. ଜିଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଂସଦା,ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡା ସିଂହ,ସହକାରୀ ଯୋଗାଣ ଅଧିକାରୀ ପ୍ରିୟ ରଂଜନ ନାଏକ,ଦିପ୍ତିରେଖା ପ୍ରଧାନଙ୍କ ସମେତ ଜିଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930