Indus Valley Times

ଗଜପତି: ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ

 Breaking News

ଗଜପତି: ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ

ଗଜପତି: ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ
October 04
17:42 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୧୦: କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ “ସଂଯୁକ୍ତ କିଶାନ୍ ମୋର୍ଚ୍ଚା” ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି ।
ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ସର୍ବଭାରତୀୟ କମିଟିର ଡାକରା ପରିପ୍ରେକ୍ଷିରେ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଠାରେ ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଗ୍ରାମର ଶତାଧିକ କୃଷକ ଯୋଗ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୦ ମସିହାର ଆଜିର ଦିନରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ବିଜେପି ନେତା ତଥା ତତ୍କାଳୀନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ’ଙ୍କ ପୁଅ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରେ ଯାଉଥିବା କୃଷକ ଆନ୍ଦୋଳନର କର୍ମୀମାନଙ୍କ ଉପରେ ନିଜର ଗାଡି ଚଳାଇ ଆକ୍ରମଣ କରିଥିଲେ ।
ଏଥିରେ ଚାରି ଜଣ କୃଷକ’ଙ୍କ ସହ ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ ।
ମୋଦି ସରକାରଙ୍କ ତିନି କଳା ଆଇନକୁ ବିରୋଧ କରି ସେତେବେଳେ ଦିଲ୍ଲୀ ସୀମାନ୍ତରେ କୃଷକ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଲକ୍ଷ୍ମୀପୁର ଖେରୀର ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା ।
ସେହି ଘଟଣାରେ ଶହୀଦ ହୋଇଥିବା କୃଷକମାନଙ୍କୁ ମନେ ପକାଇବା ପାଇଁ ତଥା ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିବାକୁ ପ୍ରତିବର୍ଷ ଏହି ଦିନକୁ ପ୍ରତିବାଦ ଦିବସ ଭାବେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଉଛି ।
ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଡାକରାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ:) ର କାଶୀନଗର ବ୍ଲକ କମିଟି ପକ୍ଷରୁ କାଶୀନଗର ଠାରେ ଲକ୍ଷ୍ମୀପୁର ଖେରୀର କୃଷକ ହତ୍ୟା ପ୍ରତିବାଦ ଦିବସ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୁର ସଭା ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , କାଶୀନଗର ବ୍ଲକ ସଭାପତି ଶ୍ରୀ ସମ୍ବାରୁ ଶବର ଙ୍କ ସମେତ ମଜଦୂର ସଭାର ଶ୍ରୀ ଚୈତନ୍ୟ ଶବର , ଶ୍ରୀ ଜୁନେସ ମେଦି ଓ ଗଜପତି ଜିଲ୍ଲା ରଈତ କୁଲି ରଈତ ସଂଘ ପକ୍ଷରୁ ଶ୍ରୀ ଆର୍.ଲୋକନାଥାମ୍ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିଥିଲେ ।
କୃଷକମାନଙ୍କ ସବୁ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା , ସବୁ କୃଷକଙ୍କ ସମସ୍ତ କୃଷିଋଣ ଛାଡ କରିବା , କୃଷକ ବିରୋଧି ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ପ୍ରତ୍ୟାହାର କରିବା , ଜଙ୍ଗଲ ଜମିରେ ଚାଷବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା , ୬୦ ବର୍ଷ ପରେ ସବୁ କୃଷକଙ୍କୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ସାମାଜିକ ଭତ୍ତା ପ୍ରଦାନ କରିବା ଆଦି ଦାବି କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031