Indus Valley Times

ଜେକେପୁରଠାରେ ମହାଆଡ଼ମ୍ବରରେ ରାବଣ ଦହନ ପାଳନ ହୋଇଯାଇଛି

 Breaking News

ଜେକେପୁରଠାରେ ମହାଆଡ଼ମ୍ବରରେ ରାବଣ ଦହନ ପାଳନ ହୋଇଯାଇଛି

October 14
20:23 2024

ସୁଧାଂଶୁ ସିଂଙ୍କ ରିପୋର୍ଟ

ରାୟଗଡା, ୧୫/୧୦ : ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ବିଜୟା ଦଶମୀ ଅବସରରେ ରାବଣ ଦହନ ଅତି ଆନନ୍ଦଉଲ୍ଲାସର ସହିତ ପାଳନ କରା ଯାଇଛି ।
ଆଜି ଯେକେକାଗଜ କଳ ପକ୍ଷରୁ ଆୟୋଜିତ ଦଶହରା ପୂଜା କାର୍ଯ୍ୟକ୍ରମ ଚାନ୍ଦିଲି ଥାନା ଆନ୍ତର୍ଗତ ଯେକେକାଗକକର ପଡିଆ ଠାରେ ବିଧିବଧ ଭାବରେ ପାଳନ ହୋଇଯାଇଛି ।
ଆୟୋଜିତ ରାବଣ ପୋଡି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ ପୋଲିସ ଶ୍ରୀମତି ଏସ ପି ସ୍ଵାଥୀ ଏସ କୁମାର, କୋରାପୁଟ ଲୋକସଭା ସାଂସଦ ଶ୍ରି ସପ୍ତଗିରି ଉଲାକା ସମ୍ମାନିତ ଅତିଥିଭାବେ ରାୟଗଡା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରୋଇତ, ଜ଼ିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରି ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ଏସପି ସ୍ଵାଥୀ ଏସ କୁମାର ଙ୍କ ଦ୍ଵାରା ବାଣ ସଂଯୋଗ କରି ରାବଣ କୁ ଦହନ କାର୍ଯ୍ୟକ୍ରମ କରାଯାଇଥିଲା । ଆଜିର ଏହି କାର୍ଯ୍ୟମ ରେ ହଜାର ହଜାର ଦର୍ଶକ ଏହି ରାବଣ ପୋଡି ଉତ୍ସବ ରେ ଭାଗ ନେଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଥିଲା ।
ରାୟଗଡା ଏସ୍ଡ଼ିପିଓ ରଶ୍ମି ରଂଜନ ସେନାପତି, ରାୟଗଡା, ଚାନ୍ଦିଲି ଓ ଶେଷଖାଲ ଥାନା ଅଧିକାରୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବଧାନ ରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା ।
ପୂଜା କମିଟି ଅଧକ୍ଷ ଭିନୟ ଦ୍ବିବେଦୀ, ଉପାଦକ୍ଷ ବିଶ୍ୱଜିତ ଦ୍ବିବେଦୀ, ସମ୍ପାଦକ ସୁଦିପ ପାଣ୍ଡେ,, ଯୁଗ୍ମ ସମ୍ପାଦକ ଏସ କେ ସାମନ୍ତ ରାୟ, ମିଲନ ଲେଙ୍କା, ହରିହର ଖମାରି ପ୍ରମୁଖ ପରିଚାଳନା ଦାୟିତ୍ୱ ରେ ଥିବା ଯେ କେ କାଗଜ କଳ ତରଫରୁ କୁହାଯାଇଥିଲା

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930