Indus Valley Times

ରାୟଗଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ରାୟଗଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

October 18
09:56 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡ଼ା,୧୮/୧୦ : ବିଜେପି ସଦସ୍ୟତା ଅଭିଯାନ ୨୦୨୪ ଅବସରରେ ରାୟଗଡା ଜିଲ୍ଲା ବିଶମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଦଳା, ମୁନିଗୁଡ଼ା ଓ ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଞ୍ଜିଲି ଠାରେ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।
ଘରକୁ ଘର ଯାଇ ବିଜେପି ସଦସ୍ୟତା କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ର ୧୦ ବର୍ଷର ଶାସନ କାଳରେ ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ର ଏକଶତ ଦିନରେ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀମାନ କାଳି ଚରଣ ମାଝି, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା,ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରବିନ୍ଦ୍ର କୁମାର ବେହେରା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ସୁମନ୍ତ କୁମାର ମହାରଣା, ରାଜେନ୍ଦ୍ର କୁମାର ଚୌଧୁରୀ, ଶିବାଜୀ ଦାସ, ରାଗାଂରାଓ କୋଣ୍ଡାଗିରି, ଜଗା ସବର, ବୃଦ୍ଧିଆ ଗୌଡ, ଦୁର୍ଯ୍ୟୋଧନ ପାଲା, ଶ୍ରୀମତୀ ସୁଶୀଳା ଶରତ, ସର୍ବେଶ୍ଵର ସୁନା ଅମ୍ବାଦଳା ବିଜେପି ମଣ୍ଡଳ ସଭାପତି ଶ୍ରୀ ଗୌର ମହାନ୍ତି, ମଣ୍ଡଳ ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ବିଶ୍ବାଳ, ଡମ୍ବରୁ ହାଁସା, ସୁରଥ କୁମାର ସୁନା, ନରୋତ୍ତମ ସୁନା, ସୀମାଞ୍ଚଳ ପାତ୍ର, ଦୁର୍ବାସା କୌଶଲ୍ୟା, ବୃନ୍ଦାବନ ମହାନ୍ତି, ହରେକୃଷ୍ଣ ବେହେରା, ବିଦ୍ୟାଧର ପ୍ରଧାନ, ରଞ୍ଜିତ କୁମାର ପାଢ଼ୀ,ପି ଭାସ୍କର ରାଓ, ଏଦୁ ଗଣେଶୂର ରାଓ, ଶତ୍ରୁଘ୍ନ ଦୁର୍ଗା, ମାନସ ରାଉତ ପ୍ରମୁଖ କଂ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।ଏହି ସଦସ୍ୟତା ଅଭିଯାନ ରେ ୭୯୭ ଜଣ ବିଜେପି ର ସଦସ୍ୟତା ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930