Indus Valley Times

ବାତ୍ୟାକୁ ନେଇ ବଡ଼ ଖବର; ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା

 Breaking News

ବାତ୍ୟାକୁ ନେଇ ବଡ଼ ଖବର; ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା

October 20
14:58 2024

ଭୁବନେଶ୍ୱର, ୨୦/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଛି ଏକ ବଡ ଖବର। ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟିହେବା ନେଇ ସୂଚନା ଦିଆଯାଇଛି। ଅକ୍ଟୋବର ୨୪ତାରିଖରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ଏନେଇ ସୂଚନା ଜାରି କରାଯାଇଛି।
ସୂଚନାଯୋଗ୍ୟ ୨୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର, ଅବପାତର ରୂପ ନେବ। ଏହି ଅବପାତ, ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ତଥା ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ପୂର୍ବାନୁମାନ କରାଯାଇଛି। ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ପବନର ବେଗ ୧୦୦-୧୨୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31