Indus Valley Times

ବଲାଙ୍ଗୀର ବନବିଭାଗକୁ କାଳ ଗୋଡାଇଛି !ବାରହା ମରା ବିଦ୍ୟୁତ୍ ଫାଶରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ,ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଅଘଟଣ

 Breaking News

ବଲାଙ୍ଗୀର ବନବିଭାଗକୁ କାଳ ଗୋଡାଇଛି !ବାରହା ମରା ବିଦ୍ୟୁତ୍ ଫାଶରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ,ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଅଘଟଣ

November 02
22:58 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨/୧୧: ବଲାଙ୍ଗୀର ବନବିଭାଗକୁ ସତେ ଅବା କାଳ ଗୋଡାଇଛି।ଅଳ୍ପ କିଛିଦିନ ତଳେ ବଲାଙ୍ଗୀର ବନଖଣ୍ଡ ରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ପରେ କେଇ ଘଣ୍ଟା ପରେ ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ସନ୍ ଗଡିଆଯୋର ଗାଁ\’ରେ ଲିଫ୍ଟ ଇରିଗେସନ୍ ରୁ ଲମ୍ବି ଥିବା ଅବୈଧ ବାରହା ଶିକାର ପାଇଁ ଖେଲା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ପ୍ରାୟ ୩୦ ବର୍ଷ ବୟସ୍କ କୁହାଯାଉଥିବା ଏକ ଦନ୍ତା ହାତୀର ମୃତ୍ୟୁ ଖବର ବନବିଭାଗକୁ ମିଳିଛି।ଦିନ ପ୍ରାୟ ଦଶ /ବାରଟା ପର୍ଯ୍ୟନ୍ତ ଏହି ହାତୀମୃତ୍ୟୁର ଖବର ବନବିଭାଗ ପାଖରେ ନ ଥିଲା।
ଖବରପାଇ ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।ବଲାଙ୍ଗିର ଜିଲ୍ଲା ତଥା ବଲାଙ୍ଗୀର ବନଖଣ୍ଡ ରେ ବାରମ୍ବାର ହାତୀମୃତ୍ୟୁ ବୃଦ୍ଧି ପାଉଥିବା ସତ୍ତ୍ୱେ କେମିତି ବନ ବିଭାଗର ବୁଦ୍ଧି ପଶିନାହିଁ,ସର୍ବତ୍ର ଚର୍ଚ୍ଚା ହେଉଛି ।
ଉଲ୍ଲେଖନୀୟ ଯେ,ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ସଦର ରେଞ୍ଜ ର ଦୁଇଟି ସ୍ଥାନରେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ମୃତଦନ୍ତା ହାତୀ ସେହି ଗ୍ରାମର କେତେକ ଚୋରା ଶିକାରୀ ବାରହା ମାରିବାକୁ ଲଗାଇଥିବା ବିଦ୍ୟୁତ୍ ଜିଆଇ ତାର ଫାଶରେ ଲାଗି ମରିବାର ୪/୫ ଦିନ ପରେ ବନବିଭାଗକୁ ଖବର ମିଳିଥିଲା।
ଏହି ଘଟଣାରେ ବନ ବିଭାଗ ସେହିଗ୍ରାମର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଏହାର ପାଞ୍ଚଦିନ ପରେ ସେହି ରେଞ୍ଜ୍ ର ପୁରୁଣାପାଣି ଗ୍ରାମ ନିକଟସ୍ଥ ସୁଲିଆଘାଟୀ ତଳେ ଆଉ ଏକ ଦନ୍ତାର ମୃତଦେହ ଉଦ୍ଧାର ହୋଇଥିଲା।ଏହାକୁ ବନବିଭାଗ ସ୍ବାଭାବିକ୍ ମୃତ୍ୟୁ ବୋଲି ଏଡାଇ ଦେଇଥିଲା।
ଯଦିଓ ଏଯାବତ୍ ତାହାର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ।୪/ ୫ ଦିନ ଅନ୍ତରରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଗୋଟିକର ଗୋଟିଏ ଦାନ୍ତକଟାଯାଇ ଚୋକ ହୋଇଥିବା ବେଳେ ଅଦ୍ୟାବଧି ଏହି ଦାନ୍ତ କିମ୍ବା ଚୋରଙ୍କର ବନବିଭାଗ ଟେର୍ ପାଇନାହିଁ ।
ଏବେ ପୁଣି ବଲାଙ୍ଗୀର ବନଖଣ୍ଡର ପାଟଣାଗଡ ରେଞ୍ଜ୍ ଲରମ୍ଭା ସେକ୍ସନ୍ ଗଡିଆଯୋର ଗାଁ\’ରେ ଆଉ ଏକ ଦନ୍ତାହାତୀ ର ସେଇ ଢଙ୍ଗ ରେ ବାରହା ମାରିବାକୁ ଚୋରା ବିଦ୍ୟୁତ୍ ତାର ସଂଯୋଗ କରି ସମ୍ଭବତଃ ରାତିରେ ହାତୀମୃତ୍ୟୁର ଖବର ବିଳମ୍ବରେ ବନବିଭାଗକୁ ମିଳିବା ବିଭାଗର ଅବହେଳାକୁ ସୂଚାଉଛି।
ହାତୀଙ୍କର ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ପାଇଁ ନିୟୋଜିତ ଏଲିଫ୍ୟାଣ୍ଟ୍ ଟ୍ରାକର୍ ବା ପାରାଷ୍ଟାଫ୍ ମାନେ ବିଭାଗୀୟ ଅଧିକାରୀଙ୍କ ଘରେ ଚାକର ହୋଇ ଖଟୁଥିବା ସମ୍ପର୍କରେ ଅଭିଯୋଗ ପ୍ରକାଶ ପାଇ ଆସୁଛି।ବାରମ୍ବାର ଦନ୍ତା ହାତୀ ର ମୃତ୍ୟୁ ହେଉଥିବା ବେଳେ ଜଙ୍ଗଲ ବିଭାଗ ନାହିରେ ତେଲ ଦେଇ ସୋଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ତେବେ ଏଠି ଜଙ୍ଗଲ ବିଭାଗ ଜଂଗଲୀ ଜୀବ ଜନ୍ତୁ ଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି।ବଡ଼ ଜୀବ ହାତୀ ମରିବାର ଖବର ବନ ବିଭାଗ ବିଳମ୍ବରେ ପାଉଥିବା ବେଳେ ଛୋଟ ଜଂଗଲୀ ଜୀବ ଙ୍କ ମୃତ୍ୟୁ ର ଟେର ପାଉ ନ ଥିବ ବୋଲି ଚର୍ଚ୍ଚା ହେଉଛି।
କିଛିଦିନ ତଳେ ଉକ୍ତ ପାଟଣାଗଡ ରେଞ୍ଜ୍ ର ସେଇ ଲରମ୍ଭା ସେକ୍ସନ୍ ରେ ପାଟଣାଗଡ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବୃକ୍ଷରୋପଣ ମହାଦୁର୍ନୀତି ଧରିବା ରୁ ତୁମୁଳ ଆଲୋଡନ ସୃଷ୍ଟି ହୋଇଥିଲା।
ସେଥିରେ ତୁରନ୍ତ \’ମାର୍ ମାର୍ ଭଣ୍ଡାରିଆ କୁ ମାର୍\’ ନୀତିରେ ଜଣେ ତଳିଆ କର୍ମଚାରୀ ଫରେଷ୍ଟର ଙ୍କୁ ନିଲମ୍ବିତ କରାଯାଇଥିଲା।
ବଲାଙ୍ଗିର ଦିନ ଉତ୍ସବ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗିର କୁ ଆସି ଉତ୍ସବ ରେ ଯୋଗଦାନ କରିଛନ୍ତି।ଏଣୁ ଏବେ ଏହି ଲାଗ୍ ଲାଗ୍ ତିନୋଟି ହାତୀ ଶିକାର ଘଟଣାରେ ମୁଖ୍ୟମନ୍ତ୍ରୀ କି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ?

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31