Indus Valley Times

ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରି ଦେଲା: ନବୀନ

 Breaking News

ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରି ଦେଲା: ନବୀନ

ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରି ଦେଲା: ନବୀନ
November 07
17:00 2024

ଭୁବନେଶ୍ୱର,୭/୧୧: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାକୁ ନେଇ ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆମର ବାର ବର୍ଷର ତପସ୍ୟାକୁ ଭାଜପା ସରକାର ଶୁଖୁଆ ପୋଡ଼ାରେ ଶେଷ କରିଦେଲେ। ବିଜେଡି ସରକାରଙ୍କ ବିକାଶମୂଳକ ଯୋଜନା ଲୋକମାନଙ୍କୁ ବଞ୍ଚିବାକୁ ଶକ୍ତି ଦେଉଥିଲା । ଏବେ ଭାଜପା ସରକାର ବିନା କାରଣରେ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଦେଇଛନ୍ତି । ଆଦିବାସୀମାନେ ଆମ୍ବ ଟାକୁଆ ଖାଉଛନ୍ତି, ଏହା ବହୁତ ଦୁଃଖର କଥା ବୋଲି ନବୀନ କହିଛନ୍ତି ।
ଅପରପକ୍ଷେ କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି। ସେହିପରି ଆଦିବାସୀମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ବିଜେଡି ଦାବି କରିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ହୋଇଛି ।
ସୂଚନାଯୋଗ୍ୟ, ଆମ୍ବ ଟାକୁଆ ଖାଇ ଏଯାବତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31